ଆଜି ବି ଆର୍ଯ୍ୟନଙ୍କୁ ମିଳିଲାନି ବେଲ୍‌, ଜାମିନ ଆବେଦନ ଉପରେ ଶୁଣାଣି କାଲି ଯାଏଁ ସ୍ଥଗିତ
Khabar Odisha:Even-today-Aryan-was-found-dead-and-the-bail-application-was-adjourned-until-tomorrow
ମୁମ୍ବାଇ, ଅକ୍ଟୋବର ୧୩(ଖବର ଓଡିଶା):

ଡ୍ରଗ୍ସ ମାମଲରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନାକୁ ଆଜି ବି ମିଳିଲାନି ବେଲ୍ । ଆଜି ରାତିରେ ଆର୍ଯ୍ୟନଙ୍କୁ ରହିବାକୁ ପଡିବ ଜେଲ୍‌ରେ । ବୁଧବାର ତାଙ୍କ ଜାମିନ ଆବେଦନ ଉପରେ ପ୍ରାୟ ୩ ଘଣ୍ଟା ଶୁଣାଣି ହୋଇଛି । 

ମାତ୍ର ଏହା ଉପରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଗୁରୁବାର ସକାଳ ୧୧ଟାରେ ଏହା ଉପରେ ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ତେଣୁ ଜେଲରୁ ମୁକୁଳିବା ପାଇଁ ଆର୍ଯ୍ୟନଙ୍କୁ ଆଉ ଗୋଟିଏ ଦିନ ସମୟ ଲାଗିବ । ବୁଧବାର ଦିନ ନାକୋର୍ଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କୋର୍ଟରେ ଜବାବ ଦାଖଲ କରିଛି । 

ଏନସିବି କହିଛି ଯେ ଆର୍ଯ୍ୟନ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନି କିନ୍ତୁ ସେ ଏଥିରେ ସାମିଲ ଥିଲେ । ସେହିପରି ଯାଞ୍ଚ ଏଜେନ୍ସି ଏହି ମାମଲାରେ ନୂଆ ସୁରାକ ପାଇଛି । ବୁଧବାର କୋର୍ଟରେ ଏନସିବି ପକ୍ଷରୁ ଜବାବ ଦାଖଲ କରାଯାଇଛି । ଏହି ଷଡଯନ୍ତ୍ରରେ ଆର୍ଯ୍ୟନ ଖାନ ସମ୍ପୃକ୍ତ ଥିବା ଏଜେନ୍ସି କହିଛି ।

  • Tags:

Subscribe

National International State Sports Entertainment