ଇମ୍ଫାଲ: ମଣିପୁରର ଅନେକ ସ୍ଥାନରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁରର କାମଜୋଙ୍ଗ ଜିଲ୍ଲାରେ ଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ଥିଲା ବୋଲି କୁହାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୫ଟା ୫୯ ମିନିଟରେ ଭୂମିକମ୍ପ ଅନଭୂତ ହୋଇଥିଲା। କାମଜୋଙ୍ଗ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଲୋକମାନେ ଭୂକମ୍ପ ଅନୁଭବ କରିବା ମାତ୍ରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ତାହା ନାଗାଲାଣ୍ଡ ଏବଂ ଆସାମରେ ଅନୁଭୂତ ହୋଇଥିଲା। କିନ୍ତୁ ଖୁସିର କଥା ଯେ, ଭୂମିକମ୍ପ ଯୋଗୁଁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ବଡ଼ କ୍ଷୟକ୍ଷତି ଘଟିନାହିଁ।
ପୂର୍ବରୁ ସୋମବାର ଦିନ ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସୋମବାର ରାତି ୮:୩୨ରେ ପାଉରୀ ଗଡ଼ୱାଲରେ ୩.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା। ସୋମବାର ସକାଳେ ଜାପାନରେ ମଧ୍ୟ ୭.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ୮୦ ସେମି ଉଚ୍ଚ ଢେଉ ଉପକୂଳରେ ଆଘାତ କରିଥିଲା। ଜାପାନରେ ସୁନାମି ସତର୍କତା ମଧ୍ୟ ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ଜନ୍ ଟର୍ଣ୍ଣସ୍ଲି ହେବେ ଆପଲ୍ର ପରବର୍ତ୍ତୀ ସିଇଓ, ଇସ୍ତଫା ଘୋଷଣା କଲେ ଟିମ୍ କୁକ୍