ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ୍ ଚଢ଼ାଉ ପାଇଁ ତାଙ୍କ ବାସଭବନରେ ପହଞ୍ଚିଛି ବୋଲି ଓଖଲାର ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନ୍ ସୋମବାର ଦାବି କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ଇଡି ଅଧିକାରୀମାନେ ତାଙ୍କୁ ଗିରଫ କରିବାକୁ ପହଞ୍ଚିଛନ୍ତି। ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ତଦନ୍ତକାରୀ ସଂସ୍ଥାର ଚଢ଼ାଉର ଭିଡିଓ ସେୟାର କରିଛନ୍ତି।
ଅମାନତୁଲ୍ଲା ଖାନ୍ ଏକ୍ସରେ ଲେଖିଛନ୍ତି, ଇଡି ଲୋକମାନେ ମୋତେ ଗିରଫ କରିବା ପାଇଁ ମୋ ଘରେ ପହଞ୍ଚିଛନ୍ତି। ଅମାନତୁଲ୍ଲା ଖାନ୍ ପ୍ରଥମେ ଇଡି ତଦନ୍ତରେ ଯୋଗ ଦେଇଥିଲେ। ଆଗକୁ ସମୟ ମାଗିଥିଲେ। ତାଙ୍କ ଶାଶୂଙ୍କୁ କର୍କଟ ହୋଇଛି, ତାଙ୍କର ଅସ୍ତ୍ରୋପଚାର ହୋଇଛି। ସେମାନେ ସକାଳୁ ଘରେ ପହଞ୍ଚି ଚଢ଼ଉ କରିଛନ୍ତି।
ଅଧିକ ପଢ଼ନ୍ତୁ: ଆଜି ସାୟାନ ଲାହିରୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି