ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି ଯାହା ଗୋମାଂସ, କଫି ଏବଂ କ୍ଟିପିକାଲ ଫଳ ସମେତ ଅନେକ ସାମଗ୍ରୀ ଉପରେ ଶୁଳ୍କ ହଟାଇବ। ଶୁଳ୍କ ଯୋଗୁଁ ଆମେରିକାରେ ଆକାଶଛୁଆଁ ମୁଦ୍ରାସ୍ଫୀତି ହୋଇଛି। ଆମେରିକୀୟମାନେ ଖାଦ୍ୟ ଏବଂ ପାନୀୟକୁ ଅଧିକ ମହଙ୍ଗା ପାଉଛନ୍ତି। ମୁଦ୍ରାସ୍ଫୀତି ଲୋକଙ୍କ ବଜେଟ୍ ଉପରେ ଚାପ ପକାଇଛି। ଲୋକମାନେ ମୁଦ୍ରାସ୍ଫୀତି ପାଇଁ ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି।
ଆମେରିକା ଇକ୍ୱେଡର, ଗୁଆଟେମାଲା, ଏଲ ସାଲଭାଡୋର ଏବଂ ଆର୍ଜେଣ୍ଟିନା ସହିତ ସେହି ଦେଶଗୁଡ଼ିକରେ ଉତ୍ପାଦିତ କୃଷି ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପାଇଁ ଫ୍ରେମୱାର୍କ ଚୁକ୍ତିନାମାରେ ପହଞ୍ଚିଛି ବୋଲି ଘୋଷଣା କରିବା ପରେ ରାଷ୍ଟ୍ରପତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ଟ୍ରମ୍ପ ଏହି ସପ୍ତାହର ଆରମ୍ଭରେ ସୂଚାଇ ଦେଇଥିଲେ ଯେ ସେ କଫି ଆମଦାନୀ ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ କଫି ଉପରେ ଶୁଳ୍କ ହ୍ରାସ କରିବେ।
ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ଦୀର୍ଘ ସମୟ ଧରି ଜିଦ୍ ଧରି ଆସିଛନ୍ତି ଯେ ଶୁଳ୍କ ଗ୍ରାହକ ମୂଲ୍ୟ ବୃଦ୍ଧି କରିବ ନାହିଁ। ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଅନ୍ତର୍ଭୁକ୍ତ କିଛି ଉତ୍ପାଦ ଆମେରିକାରେ ଉତ୍ପାଦିତ ହୁଏ ନାହିଁ। ତଥାପି, ରେକର୍ଡ ଉଚ୍ଚ ଗୋମାଂସ ମୂଲ୍ୟ ଏକ ବିଶେଷ ଚିନ୍ତାର ବିଷୟ ହୋଇଛି ଏବଂ ଟ୍ରମ୍ପ କହିଛନ୍ତି ଯେ ସେ ଏହାକୁ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଚାହୁଁଛନ୍ତି। ପ୍ରମୁଖ ଗୋମାଂସ ରପ୍ତାନିକାରୀ ବ୍ରାଜିଲ ଉପରେ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ମଧ୍ୟ ଏକ କାରଣ ହୋଇଛି।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀ ଗତିବିଧିରେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ବିସ୍ଫୋରଣ