ଆଜି ଜାତୀୟ ଡାକ୍ତର ଦିବସ, କୁହାଯାଏ ଡାକ୍ତର ହିଁ ପ୍ରକୃତ ହିରୋ
Khabar Odisha:Doctors-day-in-India
ନୂଆଦିଲ୍ଲୀ, ଜୁଲାଇ 1 (ଖବର ଓଡ଼ିଶା):

 ଆଜି ଜାତୀୟ ଡାକ୍ତର ଦିବସ । ଡାକ୍ତରଙ୍କ ତୁଳନା ସବୁଠୁ ଆଗରେ।  କୁହାଯାଏ ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ । ସେ ଆମ ଜୀବନ ବଞ୍ଚାଇଥାନ୍ତି । ସବୁବେଳେ ରହିଥିବାବେଳେ ଆଜିର କରୋନା ମହାମାରୀ ସମୟରେ ସେମାନଙ୍କ ଅବାଦାନକୁ ଅଧିକ । ସେମାନେ କରୋନା ଲଢେଇରେ ଆଗ ଧାଡ଼ିର ଯୋଦ୍ଧା। 

ଡାକ୍ତର ହେଉଛନ୍ତି ପ୍ରକୃତ ହିରୋ। କାରଣ ଭଗବାନ୍ ଜୀବନ ଦାନ ଦେଇଥିବା ବେଳେ ଆମର କିଛି ସ୍ବାସ୍ଥ୍ୟ ସମସ୍ୟା ହେଲେ ଡାକ୍ତର ହିଁ ଠିକ୍ କରିଥାନ୍ତି।  ଆଜିର କରୋନା ମହାମାରୀ ସମୟରେ ଅନେକ ଡାକ୍ତର ନିଃସ୍ବାର୍ଥପର ସେବା ପ୍ରଦାନ କରି ଆସୁଛନ୍ତି । ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ପଛଘୁଞ୍ଚା ନ ଦେଇ କିଭଳି ରୋଗୀଟିଏ ସୁସ୍ଥ ହେବ ଡାକ୍ତରମାନେ ଦିନରାତି ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। 

ରୋଗୀଙ୍କ ଚିକିତ୍ସା ଭିତରେ ଅନେକ ଡାକ୍ତର ନିଜେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି । ତଥାପି  ସେମାନେ ଅହରହ ନିଷ୍ଠା ଓ ସେବା ମନୋଭାବ ଜାରି ରଖିଛନ୍ତି । ପ୍ରତ୍ୟେକ ଦିନ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ମଧ୍ୟ ଡାକ୍ତରମାନେ ସେବା ଦେଇ ଚାଲିଛନ୍ତି।

  • Tags:

Subscribe

National International State Sports Entertainment