ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ନା,ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା
Khabar Odisha:District-Magistrate-Samarth-Burma-informed-that-no-liquor-huts-were-planned-at-Puri-beach
ପୁରୀ ,ଜୁଲାଇ 30(ଖବର ଓଡ଼ିଶା):

ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ନାଁ । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରୁ ଉଠିଥିଲା ବିରୋଧର ସ୍ୱର ।

ତେବେ ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।ବିଚ୍ ସ୍ୟାକ୍ସ ଯୋଜନା କାର‌୍ୟ୍ୟକାରୀ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା ଜିଲ୍ଲା ପ୍ରଶାସନ ।

ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥା ବା ଓଟିଡିସି ପକ୍ଷରୁ ବିଚ୍ ସ୍ୟାକ୍ସ ଯୋଜନା ପାଇଁ ପ୍ରସ୍ତାବ ରହିଥିଲା । ଏହା କାର୍ଯ୍ୟକାରୀ ହୋଇଥିଲେ ଗୋଆ ଭଳି ପୁରୀ ବେଳାଭୂମିରେ ମଦ୍ୟପାନ ବ୍ୟବସ୍ଥା ହୋଇ ଥାଆନ୍ତା । ଶ୍ରୀକ୍ଷେତ୍ରରେ ଏଭଳି ଯୋଜନାକୁ ବିଭିନ୍ନ ସଂଗଠନ ଜୋରଦାର ବିରୋଧ କରିଥିଲେ । ଏବେ ଏହି ଯୋଜନାକୁ ବନ୍ଦ କରାଯାଇଛି 

  • Tags:

Subscribe

National International State Sports Entertainment