ଭୁବନେଶ୍ୱର ,ସେପ୍ଟେମ୍ବର 23(ଖବର ଓଡ଼ିଶା):
ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ । ତେଣୁ ତାଙ୍କ ନାମାଙ୍କନକୁ ନେଇ ପୁର୍ବରୁ ଆଲୋଚନା ଜୋର ଧରିଥିଲା ।
ପ୍ରଥମ ଓଡ଼ିଆ ଭାବେ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ହୋଇଛନ୍ତି । କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ଦିଲୀପ ତିର୍କୀ ।
ସମସ୍ତଙ୍କ ଆଶୀର୍ବାଦ ସହିତ ହକି ଇଣ୍ଡିଆ ସଭାପତି ପଦ ପାଇଁ ସେ ଆଜି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ପ୍ରତିଦ୍ୱନ୍ଦିତାରେ ଥିବା ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ ।
ମୁଁ ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ" ବୋଲି ପୁର୍ବରୁ ର୍ତିକି ଟୁଇଟ କରିଥିଲେ । ୪୪ ବର୍ଷିୟ ଦିଲ୍ଲୀପ ଏବେ ଓଡିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଅଛନ୍ତି ।