ରାଜ୍ୟରେ ଆଜି ଆଉ 12 ଜଣଙ୍କ ମୁଣ୍ଡ ଗଡାଇଲା ମହାମାରୀ କରୋନା
Khabar Odisha:Details-of-12-COVID19-patients-who-succumbed-to-the-disease-in-Odisha
ଭୁବନେଶ୍ୱର, ଅଗଷ୍ଟ ୦୭ (ଖବର ଓଡ଼ିଶା):

ରାଜ୍ୟରେ ସାଂଘାତିକ ହେଲାଣି ମହାମାରୀ କରୋନା ସ୍ଥିତି । ଆଜି ଗୋଟିଏ ଦିନରେ ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଆଜି ରାଜ୍ୟରେ କରୋନା ମହାମାରୀ ନେଇଛି 12 ଜୀବନ । ଯାହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 247ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରୁ 3 ଜଣ ଥିବା ଜଣାପଡିଛି । ସେହିପରି ମୟୂରଭଞ୍ଜ, ଗଜପତି, ଢେଙ୍ଗାନାଳ, ଭଦ୍ରକ, କେନ୍ଦ୍ରାପଡା ଓ ସମ୍ବଲପୁରରୁ ଜଣେ ଲେଖା କୋରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି ।

 


  • Tags:

Subscribe

National International State Sports Entertainment