ନୂଆଦିଲ୍ଲୀ: ଶୁକ୍ରବାର ସକାଳୁ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ ଧମକପୂର୍ଣ୍ଣ ଫୋନ୍ ଆସିଛି। ଏ ନେଇ ଦିଲ୍ଲୀ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି। ଏଯାବତ୍ ତଦନ୍ତରେ ସନ୍ଦେହଜନକ କିଛି ମିଳିନାହିଁ। ବୋମା ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଇଷ୍ଟ ଅଫ୍ କୈଳାସ ଡିପିଏସ୍, ସାଲୱାନ ସ୍କୁଲ, ମଡର୍ଣ୍ଣ ସ୍କୁଲ ଏବଂ କେମ୍ବ୍ରିଜ୍ ସ୍କୁଲ ରହିଛି।
ଦିଲ୍ଲୀର ସ୍କୁଲଗୁଡ଼ିକରେ ବୋମା ମାଡ଼ ଧମକ ଜାରି ରହିଛି। ପ୍ରତିଦିନ କୌଣସି ଅଜଣା ବ୍ୟକ୍ତି ସ୍କୁଲ୍ ମ୍ୟାନେଜମେଣ୍ଟକୁ ଇ-ମେଲ୍ କିମ୍ବା କଲ୍ ଜରିଆରେ ବୋମା ସମ୍ପର୍କରେ ସୂଚନା ଦେବା ସହ ଆତଙ୍କର ବାତାବରଣ ସୃଷ୍ଟି ହେଉଛି। ଗତ ସୋମବାର ଦିନ ଦିଲ୍ଲୀର ପ୍ରାୟ ୪୦ଟି ସ୍କୁଲକୁ ବୋମା ଧମକ ଦିଆଯାଇଥିଲା। ଇ-ମେଲ୍ ଜରିଆରେ ଏହି ଧମକ ମିଳିଥିଲା। ସୋମବାର ସକାଳୁ ପିଲାମାନେ କ୍ଲାସରେ ଯୋଗ ଦେବାକୁ ଆସିଥିଲେ। ଇ-ମେଲ୍ ମିଳିବା ମାତ୍ରେ ସ୍କୁଲ୍ ପ୍ରଶାସନ ତୁରନ୍ତ ଅଭିଭାବକଙ୍କୁ ଜଣାଇବା ପରେ ସମସ୍ତ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଥିଲା।
ଏହି ସମୟରେ ପୁଲିସର ଏକାଧିକ ଟିମ୍ ଗଠନ କରାଯାଇ ପ୍ରତ୍ୟେକ ସ୍କୁଲକୁ ଯାଞ୍ଚ କରାଯାଇଥିଲେ ମଧ୍ୟ କିଛି ସନ୍ଦେହଜନକ ମିଳିନଥିଲା। ଦିଲ୍ଲୀର ସ୍କୁଲ, ବିମାନ ବନ୍ଦର, ବିମାନ, ହୋଟେଲ, ମଲ୍ ଆଦିକୁ ଦିଆଯାଇଥିବା ଏହି ଧମକ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ତେବେ ସୁରକ୍ଷା ଏଜେନ୍ସିଏହି ଧମକକୁ ହାଲୁକା ଭାବେ ନେଇପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ତ୍ରିବେଣୀ କୂଳରେ ସ୍ଥାପନ ହେବ ମୋତିରେ ନିର୍ମିତ କୁମ୍ଭ କଳସ