ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଟ୍ରେନି ପୂଜା ଖେଡକରଙ୍କୁ ଠକେଇ ଏବଂ ଭୁଲ୍ ଭାବେ ଓବିସି ଓ ଭିନ୍ନକ୍ଷମ କୋଟା ସୁବିଧା ପାଇବା ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ପୂଜାଙ୍କୁ ଗିରଫ ନ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ନିମ୍ନ ଅଦାଲତ ପୂଜାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ।
ନିକଟରେ କେନ୍ଦ୍ର ଲୋକସେବା ଆୟୋଗ ଜୁଲାଇ ୩୧ତାରିଖରେ ପୂଜାଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବା ସହ ଭବିଷ୍ୟତ ପରୀକ୍ଷାରେ ଯୋଗ ଦେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ସଂରକ୍ଷଣ ସୁବିଧା ପାଇବା ପାଇଁ ଖେଡକର ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା-୨୦୨୨ ପାଇଁ କରିଥିବା ଆବେଦନରେ ଏହି ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରିଥିଲେ। ଅଗଷ୍ଟ ୧ ତାରିଖରେ ନିମ୍ନ ଅଦାଲତ ପୂଜାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଥିବା ଦର୍ଶାଇ ତାଙ୍କ ଆଗୁଆ ଜାମିନ ନାମଞ୍ଜୁର କରିଥିଲେ। ତାଙ୍କୁ ଗିରଫ ଧମକ ଦିଆଯାଉ ଏବଂ ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଖେଡକର ନିମ୍ନ ଅଦାଲତରେ ନିବେଦନ କରିଥିଲେ। ତେବେ ପୂରା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ପ୍ରମାଣ କରିବା ପାଇଁ ଅଭିଯୁକ୍ତଙ୍କୁ ହାଜତରେ ପଚରାଉଚରା କରିବା ଆବଶ୍ୟକ ବୋଲି ନିମ୍ନ ଅଦାଲତ କହିଥିଲେ। ସମ୍ପୂର୍ଣ୍ଣ ନିରପେକ୍ଷତା ସହ ମାମଲାର ତଦନ୍ତ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।