ରତ୍ନଭଣ୍ଡାର ପ୍ରସଙ୍ଗ:ଏଏସଆଇ ଚିଠିକୁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି: ଆଇନ୍ ମନ୍ତ୍ରୀ ପୁରୀ ,ସେପ୍ଟେମ୍ବର 23(ଖବର ଓଡ଼ିଶା): Share story: ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରକୁ ନେଇ ମୁହଁ ଖୋଲିଲେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା । ଦୀର୍ଘ ଦିନ ଧରି ବିରୋଧୀ ଦଳର ନେତା ମାନେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଥିବା ବେଳେ ଏଏସଆଇ ଚିଠିକୁ ତର୍ଜମା କରାଯିବା ଏବଂ ସବୁ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ କେବେ ରତ୍ନଭଣ୍ଡାର ଖୋଲିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ “ ରତ୍ନଭଣ୍ଡାରକୁ କିଏ ଦେଖିଛି ? ନା’ ମୁଁ ନା ଆପଣ ? ସୁଚନା ଅନୁସାରେ ପୁରୀ ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇ ଚିଠି ଲେଖିଥିବା ବେଳେ ସରକାରୀ ସ୍ତରରେ ଏହାକୁ ମରାମତି କରିବା ଆଇନତଃ ଠିକ୍ ଅଟେ କିନ୍ତୁ କାଳ ବିଳମ୍ବର କାରଣ କଣ ଏହା ଜଣାପଡ଼ୁ ନଥିବା ଏବେ ବିରୋଧୀ ଦଳର ନେତା ମାନେ ପ୍ରଶ୍ନ କରିଛନ୍ତି । ଖବର ଓଡ଼ିଶା, Reporter, 23/09/2022