ତିରୁଅନନ୍ତପୁରମ: କେରଳର ୱାୟନାଡରେ ଗତ ମଙ୍ଗଳବାର ଭୋର ସକାଳୁ ଭୂସ୍ଖଳନ ହୋଇଥିଲା। ଏହି ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ଅତିକ୍ରମ କରିସାରିଛି। କିନ୍ତୁ ଏବେବି ଆବର୍ଜନ ଭିତରୁ ଜୀବନ୍ତ ମଣିଷଙ୍କୁ ଉଦ୍ଧାର କରାଯାଉଛି। ଭାରତୀୟ ସେନା ୱାୟନାଡରେ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି। ସେନାର ଯବାନମାନେ ଆଜି ପୂର୍ବାହ୍ଣରେ ୪ ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଏଥିରେ ୨ ଜଣ ପୁରୁଷ ଓ ଅନ୍ୟ ୨ ଜଣ ମହିଳା ଅଛନ୍ତି। ଭୂସ୍ଖଳନ ପେର ଆବର୍ଜନ ଭିତରେ ପୋତି ହୋଇଥିବା ଲୋକଙ୍କୁ ପଦୋଭେଟ୍ଟି କୁନ୍ନୁ ଅଞ୍ଚଳରୁ ଉଦ୍ଧାର କରାଯାଇଛି।
ବହୁ ସତକର୍ତତାର ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଉଦ୍ଧାର ସମୟରେ ଆଡଭାନ୍ସ ଲାଇଟ ହେଲିକପ୍ଟର (ଏଏଲ୍ଏଚ୍)କୁ ଅବତରଣ କରାଯାଇଛି। ଉଦ୍ଧାର କରାଯାଇଥିବା ମହିଳାଙ୍କ ମଧ୍ୟରୁ ଜଣଙ୍କ ପାଦରେ ଆଘତ ଲାଗିଛି। ଉଦ୍ଧାର ପରେ ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ୱାୟନାଡ ଭୂସ୍ଖଳନ ଘଟଣାରେ ଶୁକ୍ରବାର ମଧ୍ୟାହ୍ଣ ୧୨ଟା ସୁଦ୍ଧା ୩୦୮ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍କୁ ୧୯୫ଟି ମୃତଦେହ ମିଳିଛି। ଅର୍ଥାତ ଅନ୍ୟ ୧୦୫ଟି ମୃତ ଦେହ ବିଭିନ୍ନ ସ୍ଥାନରୁ ଠାବ କରାଯାଇଛି। ଉଦ୍ଧାର କାମରେ ୪୦ଟି ଟିମ୍ ନିୟୋଜିତ ହୋଇଛନ୍ତି।