ଅକ୍ସିଜେନ ପ୍ଲାଣ୍ଟ ସେନା ନିୟନ୍ତ୍ରଣରେ ନେଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାବି
Khabar Odisha:DELHI-CHIEF-MINISTER-APEAL-PRIME-MINISTER-ABOUT-OXYGEN-CRYSIS

ନୁଆଦିଲ୍ଲି,୨୩ଏପ୍ରିଲ(ଖବର ଓଡିଶା); ସମଗ୍ର ଦେଶରେ ଦୈନିକ କରୋନା ସଂକ୍ରମଣ ଗତ ଦୁଇ ଦିନ ହେବ ତିନି ଲକ୍ଷରରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଆଗରୁ ନିର୍ଦ୍ଦାରିତ ହୋଇଥିବା ସମସ୍ତ କାର୍ଯ୍ୟସୂଚୀ ବତିଲ କରି ଆଜି ୧୦ଟି ସର୍ବାଧିକ କରୋନାରେ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ସାଂପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । 

ତେବେ ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ମୁଖ୍ୟ ସମସ୍ୟା ମେଡିକାଲ ମାନଙ୍କରେ ବେଡର ଅଭାବ ହେବା ଏବଂ ଅକ୍ସିଜେନ ଅଭାବ ନେଇ ନିଜର ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କୁ ନିଜର ଦାବି ଜଣାଇଥିଲେ । ତେବେ ଏହି ଅବସରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶରେ ଥିବା ସମସ୍ତ ଅକ୍ସିଜେନ ପ୍ଲାଣ୍ଟ ଗୁଡିକୁ ଭାରତୀୟ ସେନା ନିୟନ୍ତ୍ରଣରେ ନେଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

  • Tags:

Subscribe

National International State Sports Entertainment