କଟକ: ତିିନି କୋର୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ସିଏମ୍ସି କଟକ, ଜାନୁଆରୀ ୧୪(ଖବର ଓଡ଼ିଶା): Share story: ରାଜ୍ୟରେ ବଢିଚାଲିଥିବା ସଂକ୍ରମଣ ମଧ୍ୟରେ କଟକର ତିନୋଟି କୋର୍ଟରେ ଏକାଧିକ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ଶୁକ୍ରବାର ଦିନ କୋର୍ଟ ପରିସରକୁ ସିଲ୍ କରିଛି। କଟକ ସିଭିଲ ଜଜ୍, ଜିଲ୍ଲା ଏବଂ ସେସନ୍ସ ଜଜ୍ ଏବଂ ସବ୍-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ କରାଯାଇଛି। ତିନି କୋର୍ଟରୁ ୩୯ ଜଣ କର୍ମଚାରୀ ଆକ୍ରାନ୍ତ ହେବା ପରେ ସିଭିଲ କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରିବା ପାଇଁ ଏକ ଆଦେଶ ଜାରି କରି ସିଏମସି କମିଶନର ଲେଖିଛନ୍ତି, “ସିଭିଲ କୋର୍ଟ କମ୍ପ୍ଲେକ୍ସ, କଟକ ଠାରେ ଅନେକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥି ପାଇଁ ବିସ୍ତୃତ ପଦକ୍ଷେପ ଆବଶ୍ୟକ କରେ। ଏଥି ପାଇଁ ମାଇକ୍ରୋ କମ୍ପେଣ୍ଟମେଣ୍ଟ ଜୋନ୍ ଘୋଷଣା କରିବା ଏବଂ ଜନସାଧାରଣଙ୍କୁ କୋର୍ଟ ପରିସରକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ବୋଲି କୁହାଯାଇଛି । ପୂର୍ବରୁ ବୁଧବାର ଦିନ ଓଡ଼ିଶା ହାଇକୋର୍ଟରେ ଅନେକ କର୍ମଚାରୀ ସଂକ୍ରମିତ ହେବା ପରେ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ କୋର୍ଟକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ପରେ ସ୍ଥଗିତ ରହିଥିବା ମାମଲା ଗୁଡିକୁ ଜାନୁୟାରୀ ୧୮, ୨୦୨୨ ରୁ ଫେବୃଆରୀ ୪, ୨୦୨୨ ମଧ୍ୟରେ ଏହା ଦୁଇଟି ଦୁଇ ଜଣିଆ ବେଞ୍ଚ ଏବଂ ସାତୋଟି ସିଙ୍ଗଲ୍ ବେଞ୍ଚ ଏହି ମାମଲା ଗୁଡିକୁ ବିଚାର କରିବା ପାଇଁ କାର୍ଯ୍ୟ କରିବ ଏବଂ କେବଳ ଜରୁରୀକାଳୀନ ମାମଲା ଗ୍ରହଣ କରିବ। ଖବର ଓଡ଼ିଶା, Reporter, 14/01/2022