ପୋଲିସକୁ ଅଟକ ରଖି ଅଡୁଆରେ ପଡ଼ିଲେ ଗ୍ରାମବାସୀ: ୧୫ ମିହଳାଙ୍କ ସମେତ ୨୨ ଗିରଫ
Khabar Odisha:Crime-22-arrested-in-Gop-area-of-Puri-in-connection-with-detained-of-police-team

ଭୁବନେଶ୍ୱର, ଅଗଷ୍ଟ ୧୦ (ଖବର ଓଡ଼ିଶା): ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସକୁ ଅଟକ ରଖିବା ମହଙ୍ଗା ପଡ଼ିଛି । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ରେଢୁଆ ଗାଁରେ ୨୨ ଜଣ ଲୋକ ଗିରଫ ହୋଇଛନ୍ତି । ଏଥିରେ ୧୫ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି । ସୂଚନା ଅନୁସାରେ ଜଣେ ଅଭିଯୁକ୍ତକୁ ଧରିବା ପାଇ ପୋଲିସ ଗତ ୬ ତାରିଖରେ ରେଢୁଆ ଗାଁ ଯାଇଥିଲା । କିନ୍ତୁ ଗାଁ ଲୋକେ ଅଭିଯୁକ୍ତ ଛାଡ଼ିବାକୁ ନାରାଜ ଥିଲେ । ଗ୍ରାମବାସୀ ପୋଲିସ ଟିମକୁ ୬ ଘଣ୍ଟା ଧରି ଅଟକ ରଖିଥିଲେ । ପରେ ଛାଡ଼ି ଦେଇଥିଲେ । ଏହି ଘଟଣାକୁ ନେଇ ପୋଲିସ ଗାଁ ଲୋକଙ୍କ ଠାରେ ଆକ୍ରୋଶ ରଖିଥିଲା । ଗତକାଲି ଗାଁର ୧୫ ଜଣ ମହିଳାଙ୍କ ସମେତ ମୋଟ ୨୨ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment