ନୂଆଦିଲ୍ଲୀ, ଜୁନ ୩୦(ଖବର ଓଡିଶା):
ଦେଶରେ ପୁଣି ଥରେ କରୋନା ବେଲଗାମ । ଦେଶରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ୧୮ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୮୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଗତ ୨୪ ଘଣ୍ଟାରେ ୧୮ ହଜାର ୮୧୯ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୪୫୨,୧୬୪ରେ ପହଞ୍ଚିଛି । ସେହିପରି ୩୯ ଜଣ ମୃତକଙ୍କୁ ମିଶାଇଲେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୧୧୬ରେ ପହଞ୍ଚିଛି ।
ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ୧୩୮୨୭ ଜଣ ଆକ୍ରାନ୍ତଙ୍କ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇଲେ ଦେଶରେ ମୋଟ ସୁସ୍ଥତା ସଂଖ୍ୟା ୪,୨୮,୨୨୪,୯୩ରେ ପହଞ୍ଚିଛି । ଏହାସହିତ ଦେଶରେ ଏବେ ଆକ୍ଟିଭ କେସ ହେଉଛି ୧୦୪୫୫୫ ।