ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣରେ ମତଦାନ ସାବ୍ୟସ୍ତ କରିଛନ୍ତି । ସେ ସ୍ଥାନୀୟ ଏରୋଡ୍ରମ୍ ୟୁପି ସ୍କୁଲରେ ମତଦାନ କରିଛନ୍ତି । ଗଣମାଧ୍ୟମର ପ୍ରିତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୋଟ୍ ଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ବିଶେଷ ଭାବେ ଯୁବ ଭୋଟରଙ୍କୁ ଅନୁରୋଧ କରୁଛ । ମଜବୁତ ଗଣତନ୍ତ୍ର ପାଇଁ ସମସ୍ତେ ଭୋଟ୍ ଦିଅନ୍ତୁ । ଆଶା କରୁଛି ବିଜେଡି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ।
ମୁଖ୍ୟମନ୍ତ୍ରୀଙ୍କ ମତଦାନ ପାଇଁ ଏରୋଡ୍ରମ୍ ଅଞ୍ଚଳରେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମତଦାନ କେନ୍ଦ୍ରରେ ବ୍ୟାପକ ପୁଲିସ ଓ ଅନ୍ୟ ସୁରକ୍ଷା କର୍ମୀ ମୁତୟନ ଥିଲେ ।
ଭୁବନେଶ୍ୱର ଲୋକସଭା ନିର୍ବାଚନ କ୍ଷେତ୍ର ଅଧୀନ ଭୁବନେଶ୍ୱର ମହାନଗର ଅଧୀନରେ ୩ଟି ବିଧାନସଭା କ୍ଷେତ୍ର (ଏକାମ୍ର, ମଧ୍ୟ ଓ ଉତ୍ତର)ରେ ଲୋକେ ପ୍ରବଳ ଖରାକୁ ଖାତିର ନକରି ମତଦାନ କରୁଛନ୍ତି।
ସୂଚନାଯୋଗ୍ୟ ଓଡ଼ିଶାରେ ଆଜି ତୃତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଏହି ଦଫାରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଏବଂ ଏହାରି ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ।