ତୃତୀୟ ଥର ପାଇଁ କାୟାକଳ୍ପ ପୁରସ୍କାର ହାତେଇଲା ଭୁବନେଶ୍ୱର AIIMS
Khabar Odisha:Bhubaneswar-AIIMS-Receives-Kayakalp-Award-For-Third-Time

ଭୁବନେଶ୍ୱର, ଜାନୁଆରୀ ୧୩ (ଖବର ଓଡ଼ିଶା) : ତୃତୀୟ ଥର ପାଇଁ ସମ୍ମାନଜନକ କାୟାକଳ୍ପ ପୁରାସ୍କାର ହାତେଇଛି ଭୁବନେଶ୍ୱର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବା ଏମ୍ସ ହସ୍ପିଟାଲ । 

ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଏବଂ ରୋଗୀମାନଙ୍କୁ ଏକ ନିରାପଦ ପରିବେଶ ଯୋଗାଇବା ପାଇଁ ଦେଶରେ ପୁଣି ଥରେ କାୟାକଳ୍ପ ଆୱାର୍ଡରେ ନିଜକୁ ପ୍ରତିପାଦିକ କରିଛି ଭୁବନେଶ୍ୱର ଏମ୍ସ । 

ଗତ ତିନି ବର୍ଷ ଧରି ଏହି ହସ୍ପିଟାଲ ସଫଳତାର ସହ ପୁରସ୍କାର ଜିତି ଆସୁଛି । ୨୦୧୮-୧୯ ଏବଂ ୨୦୧୭-୧୮ ରେ, ଅନୁଷ୍ଠାନ ବି ଶ୍ରେଣୀରେ ୧ କୋଟି ଟଙ୍କା ପୁରସ୍କାର ରାଶି ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । 

ଈୁବନେଶ୍ୱର ଏମ୍ସ ସମେତ ଜିଲ୍ଲା ମୁଖ୍ୟାଳୟ ହସପିଟାଲ (DHH) ବର୍ଗରେ ଅନୁଗୁଳ DHH କୁ ଏବଂ କଳାହାଣ୍ଡି DHH କୁ ରନର୍ସ ଅପ୍ ହସ୍ପିଟାଲ ଭାବରେ ପୁରସ୍କୃତ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ଏମ୍ସ ୨୦୧୯-୨୦ ବର୍ଷର କାଟାଗୋରି ବିରେ ପ୍ରଥମ ସ୍ଥାନ ହାସଲ କରିଛି । ଏଥିପାଇଁ ଭୁବନେଶ୍ୱର ଏମ୍ସକୁ ୨କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି ।

ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବରେ ଭାରତ ସରକାରଙ୍କ ପକ୍ଷରୁ ଏହି କାୟାକଳ୍ପ ଆୱାର୍ଡ ପ୍ରତିବର୍ଷ ବିଭିନ୍ନ ହସ୍ପିଟାଲ ଗୁଡିକୁ ପ୍ରଦାନ କରାଯାଇଥାଏ । କାୟାକଳ୍ପ ପୁରସ୍କାର, ଜନସ୍ୱାସ୍ଥ୍ୟ ସୁବିଧାକୁ ଗୁରୁତ୍ୱ ଦେବା ତଥା ସମ୍ମାନିତ କରିବା ପାଇଁ ଏକ ପଦକ୍ଷେପ ଯାହାକି ଉଚ୍ଚ ସ୍ତରର ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା ଏବଂ ସଂକ୍ରମଣ ନିୟନ୍ତ୍ରଣ ମାପ ପ୍ରଦର୍ଶନ କରିଥାଏ ଏବଂ ସର୍ବସାଧାରଣ ସ୍ଥାନରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିଥାଏ । 

କାୟାକଳ୍ପ ପଦକ୍ଷେପ ଅନୁଯାୟୀ ଡାକ୍ତରଖାନା / ସୁବିଧା ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟତା ସେବା ଏବଂ ସ୍ୱଚ୍ଛତା ପ୍ରୋତ୍ସାହନ ପରିସରରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସୁବିଧା ଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆକଳନ କରିବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯାହା ଆଧାରରେ ନିର୍ଦ୍ଧାରିତ ମାପଦଣ୍ଡରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

  • Tags:

Subscribe

National International State Sports Entertainment