ଜୟପୁର: ରାଜସ୍ଥାନର ବିଜେପି ସରକାର ବୁଧବାର ରାଜ୍ୟ ପୁଲିସ ଅଧୀନରେ ସେବା ନିୟମ, ୧୯୮୯ରେ ସଂଶୋଧନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ପୁଲିସ ବିଭାଗରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରଣକ୍ଷ ବ୍ୟବସ୍ଥାକୁ ମଂଜୁରୀ ଦେଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ୨୦୨୩ର ବିଧାନସଭା ନିର୍ବାଚନ ପାଇଁ ନିଜର ଘୋଷଣାପତ୍ରରେ ମହିଳାଙ୍କ ପ୍ରତିନିଧିତ୍ବ ବଢ଼ାଇବା ପାଇଁ ବିଜେପି ଦ୍ବାରା କରାଯାଇଥିବା ପ୍ରତିଶ୍ରୁତି ପୂରା କରିବା ପାଇଁ ଏଠାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରେମଚନ୍ଦ୍ର ବୈରୱା ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଜୋଗାରାମ ପଟେଲ ବୈଠକ ପରେ କହିଛନ୍ତି ଯେ, ପୁଲିସ ମହିଳାଙ୍କ ସହିତ ଜଡ଼ିତ ମାମଲାରେ ଅଧିକ ସମ୍ବେଦନଶୀଳ ସହିତ କାମ କରିବ। ଏହି ନିଷ୍ପତ୍ତି ଦ୍ବାରା ମହିଳାଙ୍କୁ ରୋଜଗାରର ଅଧିକ ଅବସର ମିଳିବ। ଜୋଗାରାମ ପଟେଲ କହିଛନ୍ତି, ସବ୍-ଇନ୍ସପେପ୍ଟର ଭର୍ତ୍ତି ପରୀକ୍ଷା ୨୦୨୧ରେ ପେପରଲିକ ପ୍ରସଙ୍ଗରେ ମଧ୍ୟ ବିଚାର-ବିମର୍ଶ କରିଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲାରେ କଥିତ ସଂଲିପ୍ତତା ପାଇଁ ୪୨ ଜଣ ଟ୍ରେନି ସବ୍-ଇନ୍ସପେକ୍ଟର ଓ ରାଜସ୍ଥାନ ଲୋକସେବା ଆୟୋଗର ୨ ଜଣ ପୂର୍ବତନ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଜୋଗାରାମ ପଟେଲ କହିଛନ୍ତି ଏହି ପରୀକ୍ଷା ଜରିଆରେ ବଡ଼ ସଂଖ୍ୟାରେ ଏଭଳି ପ୍ରାର୍ଥୀଙ୍କ ଚୟନ କରାଯାଇଥିଲା, ଯିଏ ଯୋଗ୍ୟ ଥିଲେ। ଏହାକୁ ଧ୍ୟାନରେ ରଖି କ୍ୟାବିନେଟ ବର୍ତ୍ତମାନ ପରୀକ୍ଷା ବାତିଲ ନକରିବାକୁ ନିଷ୍ପତ୍ତି ନେଇଛି।
ଅଧିକ ପଢ଼ନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ ସନ୍ଦୀପ ଘୋଷ