ଜୁନ ୧୦ ରୁ ବନ୍ଦେ ଭାରତ ମିଶନ ୩ୟ ପର୍ଯ୍ୟାୟ : ୨୨୦୦୦ ଟିକେଟ ବିକ୍ରି, ଅଚଳ ହେଲା ୱେବସାଇଟ
Khabar Odisha:Bande-bharat-mission-3re-phase
ନୂଆଦିଲ୍ଲୀ, ଜୁନ6 (ଖବର ଓଡ଼ିଶା):

 ‘ବନ୍ଦେ ଭାରତ ମିଶନ ଲକ୍ ଡାଉନ୍ ଯୋଗୁଁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ  କାର୍ଯ୍ୟକ୍ରମ । ବନ୍ଦେ ଭାରତ ମିଶନର ୩ୟ ପର୍ଯ୍ୟାୟ ଆରମ୍ଭ ନେଇ ଘୋଷଣା ହୋଇଛି । 

ବନ୍ଦେ ଭାରତ ମିଶନର ୩ୟ ପର୍ଯ୍ୟାୟରେ ଆମେରିକା ଓ ବ୍ରିଟେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ଏୟାର ଇଣ୍ଡିଆ ପକ୍ଷରୁ ୩୦୦ଟି ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ଫ୍ଲାଇଟରେ ବୁକିଂ କରିବାକୁ ନେଇ ଯାତ୍ରୀମାନଙ୍କ ଠାରୁ ପ୍ରବଳ ଚାହିଦା ରହିଛି । 

ବନ୍ଦେ ଭାରତ ମିଶନର ୩ୟ ପର୍ଯ୍ୟାୟରେ ଆସନ୍ତା ଜୁନ ୧୦ରୁ ଜୁଲାଇ ୧ ମଧ୍ୟରେ ଆମେରିକା, ୟୁରୋପ, ବ୍ରିଟେନ,ଅଷ୍ଟ୍ରେଲିଆ ଆଦି ଦେଶରୁ ଭାରତୀୟମାନଙ୍କୁ ଫେରାଇ ଅଣାଯିବ । ଏଥିରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଓ ନିରାପତ୍ତା ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଡିଜିସିଏ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ କଡାକଡି ଭାବେ ପାଳନ କରୁଛି । ଟିକେଟ ବିକ୍ରି ଆରମ୍ଭ ହେବ ସଙ୍ଗେ ସଙ୍ଗେ ୨୨୦୦୦ ଟିକେଟ ସରିଯାଇଛି । ଏୟାରଇଣ୍ଡିଆ ୱେବସାଇଟରେ ବୁକିଂ ଆରମ୍ଭ ହେବା ମାତ୍ରେ ତାହା କ୍ରାସ କରିଯାଇଥିଲା । 

ବିମାନ କର୍ମଚାରୀ, ବୈମାନିକ, ଯାତ୍ରୀ ଏବଂ ବିମାନ ବନ୍ଦରର ଗ୍ରାଉଣ୍ଡ ଷ୍ଟାଫ ଓ ଅନ୍ୟାନ୍ୟ କର୍ମଚାରୀ ଯେପରି କରୋନା ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସବୁ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ନିରାପତ୍ତା ଓ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲକ୍ ଡାଉନ୍ ଠାରୁ ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ ବନ୍ଦ୍ ରହିଛି । ମେ ୨୫ ପରଠୁ ଦେଶରେ ପୁଣି ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି ।

  • Tags:

Subscribe

National International State Sports Entertainment