ଆଗାମୀ ଆଇପିଏଲ ମ୍ୟାଚ ଖେଳିବାକୁ ଅଶ୍ୱିନ ପ୍ରସ୍ତୁତ- ଆୟାର
Khabar Odisha:Ashwin-is-ready-to-play-in-the-upcoming-IPL-match
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା):

କିଙ୍ଗସ ଏକାଦଶ ପଂଜାବ ବନାମ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ନିଜ ବୋଲିଙ୍ଗରେ ଏକ ବଲକୁ ଡ୍ରାଇଭ ମାରି ଅଟକାଇବାକୁ ପ୍ରୟାସ କରୁଥିବା ସମୟରେ ଅଫ ସ୍ପିନର ଆର.ଅଶ୍ୱିନ ଆହତ ହୋଇଥିଲେ । ସେ ଆହତ ହେବା ପରେ ଆଉ ପଡିଆକୁ ଫେରି ନଥିଲେ ଏବଂ ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ସବଷ୍ଟିଚ୍ୟୁଟ ଫିଲଡର ଭାବେ ଆସି ଫିଲଡିଙ୍ଗ କରିଥିଲେ । ଏହି ମ୍ୟାଚରେ ଅଶ୍ୱିନ ଏକ ଓଭର ବୋଲିଙ୍ଗ କରି ମାତ୍ର ଦୁଇ ରନ ଦେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ ଏବଂ ଏହି ମ୍ୟାଚକୁ ଦିଲ୍ଲୀ କ୍ୟାପିଟାଲସ ସୁପର ଓଭରରେ ଜିତିଥିଲା ।

ତେବେ ମ୍ୟାଚ ସରିବା ପରେ ଆଗାମୀ ମ୍ୟାଚ ପାଇଁ ଅଶ୍ୱିନ ଖେଳିବାକୁ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ କ୍ୟାପିଟାଲସ ଦଳର ଅଧିନାୟକ ଶ୍ରେୟାସ ଆୟର । ଆୟାରଙ୍କ ମତରେ ଅଶ୍ୱିନ ଆଗାମୀ ମ୍ୟାଚ ପୂର୍ବରୁ ଫିଟ ହୋଇଯିବେ ବୋଲି ନିଜେ କହିଛନ୍ତି । ଦିଲ୍ଲୀ କ୍ୟାପିଟାଲସ ଟିମ ଆଗାମୀ ମ୍ୟାଚ ସେପ୍ଟେମ୍ବର ୨୫ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିବ ।

  • Tags:

Subscribe

National International State Sports Entertainment