କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟମାନଙ୍କୁ ସତର୍କ କରାଇଲେ କେନ୍ଦ୍ର ସରାକର, ସ୍ୱାଧୀନତା ଦିବସରେ ଭିଡ କରନ୍ତୁ ନାହିଁ ନୂଆଦିଲ୍ଲୀ, ଅଗଷ୍ଟ ୧୨(ଖବର ଓଡିଶା): Share story: ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରାକର ଚିନ୍ତା ପ୍ରକଟ କରିଛନ୍ତି । ସେହିପରି ଅଗଷ୍ଟ ୧୫ ତାରିଖରେ ବହୁ ଲୋକ ଗୋଟିଏ ସ୍ଥାନରେ ଏକାଠି ହେବାକୁ ମନା କରାଯାଇଛି । ସ୍ୱାଧୀନତା ଦିବସରେ ଯେପରି ବହୁ ଲୋକ ଏକାଠି ନହୁଅନ୍ତି ସେନେଇ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାସହିତ ସମସ୍ତେ ମାସ୍କ ପିନ୍ଧିବାକୁ କୁହାଯାଇଛି । ସାମାଜିକ ଦୂରତା ରଖିବା ସହିତ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏନେଇ ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଓଡିଶାର କେତେକ ସ୍ଥାନରେ ମାସ୍କ ପିନ୍ଦଇବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଖବର ଓଡ଼ିଶା, Reporter, 12/08/2022