ଜାମିନ୍ ମଞ୍ଜୁର ହେବା ପରେ ବି ଜେଲରେ ରହିବେ ଆରୟନ୍ ଖାନ୍‌
Khabar Odisha:Aryan-Khan-Bail-approved

 ମୁମ୍ବାଇ, ଅକ୍ଟୋବର ୨୮(ଖବର ଓଡ଼ିଶା): ଦର୍ଘ ୨୬ ଦିନ ଜେଲରେ ରହିବା ପରେ ଆଜି ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ୍ ଖାନ୍‌ଙ୍କୁ ଜାମିନ୍ ମିଳିଛି ।

ମୁମ୍ବାଇ କ୍ରୁଜ୍ ଡଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆରୟନ୍‌ଙ୍କୁ ଜାମିନ୍ ମଞ୍ଜୁର କରିଛନ୍ତି ମୁମ୍ବାଇ ହାଇକୋର୍ଟ । ତେବେ ଜାମିନ୍ ମଞ୍ଜୁର ହେବା ପରେ ବି ଜେଲରେ ରହିବେ ଆରୟନ୍ ଖାନ୍ ।

ଆଜି ଅପରାହ୍ନ ସମୟରେ ଆରୟନ୍ ଖାନ୍‌ଙ୍କ ଶୁଣାଣୀ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୋର୍ଟର ବେଲ୍ ଅର୍ଡର କପି ଆର୍ଥର ରୋଡ୍ ଜେଲରେ ପହଞ୍ଚି ପାରିନାହିଁ । ଯାହାକୁ ନେଇ ଆଜି ରାତି ମଧ୍ୟ ଆରୟନ୍‌ଙ୍କୁ ଜେଲରେ କାଟିବାକୁ ପଡିବ ।

ଜେଲ ନିୟମ ଅନୂଯାଇ ଯଦି ସଂଧ୍ୟା ୬ ଟା ପୂର୍ବରୁ ବେଲ୍ ଅର୍ଡର କପି ଜେଲରେ ନପହଞ୍ଚେ ତେବେ ଅଭିଯୁକ୍ତ ସେହିଦିନ ଜେଲରୁ ମୁକୁଳି ପାରିବେ ନାହିଁ । ତା ପର ଦିନ ଜେଲ ଗାଇଡଲାଇନ୍ ସବୁ ସରିବା ପରେ ଅଭିଯୁକ୍ତଙ୍କୁ ଛଡା ଯାଇଥାଏ ।

ସମାନ ଭାବରେ ଆରୟନ୍ ଖାନ୍‌ଙ୍କ ମାମଲାରେ ମଧ୍ୟ ସଂଧ୍ୟା ୬ଟା ପୂର୍ବରୁ ବେଲ୍ ଅର୍ଡର କପି ପହଞ୍ଚି ନପାରିବାରୁ ଆଜି ଜେଲରେ ଅର୍ବାଜ ମଚ୍ଚାଣ୍ଟ ଓ ମୁନମୁନ୍ ଧମିଚାଙ୍କ ସହ ଆରୟନ୍ ଖାନ୍ ମଧ୍ୟ ରହିବେ ।

ଅନ୍ୟପଟେ କାଲି କୋର୍ଟର ବେଲ୍ ଅର୍ଡର କପି ଜେଲରେ ପହଞ୍ଚିବା ପରେ ଜାମିନଦାର ମଧ୍ୟ ଉପସ୍ଥିତ ରହି କିଛି ଫରମାଲିଟିସ୍ ପୁରା କରିବା ପରେ ଆରୟନ୍ ଖାନ୍ ଜେଲରୁ ମୁକୁଳି ପାରିବେ ।

ଏହା ସହିତ ବଣ୍ଡ ରାଶି କିମ୍ବା ଜାମିନ ବଣ୍ଡ କେତେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଜାମିନ ବଣ୍ଡକୁ କୋର୍ଟରେ ଜମା କରିବା ପରେ ହିଁ ଏକ ସାର୍ଟିଫିକେଟ୍ କପି ଉପଲବ୍ଧ ହେବ, ଯାହାକୁ ଜେଲରେ ଦେଖାଇବାକୁ ପଡିବ ତାହା ପୁଣି ସନ୍ଧ୍ୟା ୬ ଟା ସୁଦ୍ଧା । ଯଦି ଏହା କାଲି ମଧ୍ୟ ବିଳମ୍ବ ହୁଏ ତେବେ ତେବେ କେବଳ ଶନିବାର ଦିନ ଆରୟନ୍ ଖାନ୍‌ଙ୍କୁ ମୁକ୍ତ କରାଯିବ ।

  • Tags:

Subscribe

National International State Sports Entertainment