ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଫ୍ଲୋଙ୍ଗ ଷ୍ଟାଫ୍ ରୋଡସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବେ। ଏହାପରେ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଅଞ୍ଚଳରେ ରହିବେ। ସେ ଆପ୍ ସାଂସଦ ଅଶୋକ ମିତ୍ତଲଙ୍କ ଘର ୫ ଫିରୋଜଶାହା ରୋଡରେ ଘରେ ରହିବେ।
ଆପ୍ ମୁଖ୍ୟ ନୂଆଦିଲ୍ଲୀରୁ ତାଙ୍କ ବିଧାନସଭା ଏବଂ ଦିଲ୍ଲୀ ନିର୍ବାଚନ ପ୍ରଚାରର ତଦାରଖ କରିବେ। ଦଳର ନେତା, କାଉନସିଲର, ବିଧାୟକ ଓ ସାଂସଦମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସେମାନଙ୍କ ଘର ଅଫର କରିଥିଲେ। ଅରବିନ୍ଦ କେଜ୍ରିୱାଲ ଅଶୋକ ମିତ୍ତଲଙ୍କ ଘରେ ରହିବେ ବୋଲି ପୂର୍ବରୁ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଥିଲା।
ଏହା ପୂର୍ବରୁ ଆପ୍ କହିଥିଲା ଯେ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା କିଛି ଦିନ ମଧ୍ୟରେ ସିଭିଲ୍ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡ୍ସ୍ଥିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି କରିଦେବେ କାରଣ ତାଙ୍କ ପାଇଁ ନୂଆଦିଲ୍ଲୀ ଅଞ୍ଚଳରେ ଏକ ବାସଭବନ ସ୍ଥିର କରାଯାଇଛି ଯେଉଁଠାରେ ସେ ତାଙ୍କ ପରିବାର ସହିତ ଯିବେ।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ତାଙ୍କ ପରିବାର ସହ ମଣ୍ଡି ହାଉସ୍ ନିକଟ ଫିରୋଜ ଶାହା ରୋଡରେ ଆପ୍ ରାଜ୍ୟସଭା ସାଂସଦମାନଙ୍କୁ ଦିଆଯାଇଥିବା ଦୁଇଟି ସରକାରୀ ବଙ୍ଗଳା ମଧ୍ୟରୁ ଗୋଟିଏକୁ ଯାଇପାରନ୍ତି। ରବିଶଙ୍କର ଶୁକ୍ଳା ଲେନ୍ରେ ଥିବା ଆପ୍ ମୁଖ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ଏହି ଦୁଇଟି ବଙ୍ଗଳା ରହିଛି।
ଗତ ମାସ ପ୍ରାରମ୍ଭରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କେଜ୍ରିୱାଲ କହିଛନ୍ତି ଯେ ସେ ନବରାତ୍ରୀ ସମୟରେ ଫ୍ଲାଗଷ୍ଟାଫ୍ ରୋଡରେ ଥିବା ତାଙ୍କ ସରକାରୀ ବାସଭବନ ଖାଲି କରିବେ। ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ତାଙ୍କ ପରିବାର ପାଇଁ ବାସଗୃହ ରଖାଯାଇଥିବାରୁ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାଙ୍କ ସରକାରୀ ବାସଭବନ ଖାଲି କରିଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଦଳ କହିଛି ଯେ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ତାଙ୍କ ପରିବାର ସହିତ ରହିବେ। ଏହା ପୂର୍ବରୁ ଆପ୍ ମଧ୍ୟ କେଜ୍ରିୱାଲଙ୍କୁ ରାଷ୍ଟ୍ରୀୟ ଦଳର ମୁଖ୍ୟ ଭାବେ ସରକାରୀ ବାସଭବନ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା।
ଅଧିକ ପଢ଼ନ୍ତୁ: ଇରାନରେ ଇସ୍ରାଏଲ ବିପର୍ଯ୍ୟୟ ଘଟାଇବାକୁ ଯାଉଛି କି?