ଅର୍ଚ୍ଚନା ନାଗ ମାମଲା: ରିମାଣ୍ଡ ଅବଧି ସରିବା ପରେ ଖଗେଶ୍ୱରଙ୍କୁ କୋର୍ଟ ଚାଲାଣ କଲା ED ଭୁବନେଶ୍ୱର, ନଭେମ୍ବର ୨୪(ଖବର ଓଡ଼ିଶା) Share story: ଅର୍ଚ୍ଚନାଙ୍କ ସହିତ ସମ୍ପୃକ୍ତ ରହି ବେଆଇନ୍ ଅର୍ଥ କାରବାର ମାମଲାରେ ଇଡି ଖଗେଶ୍ୱରଙ୍କୁ ଅଚାନକ ତାଙ୍କ ଘରୁ ଉଠାଇନେଇଥିଲା। ବ୍ଲାକ୍ ମେଲର୍ କୁଇନ୍ ଅର୍ଚ୍ଚନାଙ୍କ ଜାଲରେ କେବଳ ଖଗେଶ୍ୱର ନୁହେଁ ବରଂ ବଡ଼ ରାଜନେତା ବ୍ୟବସାୟୀ ଏବଂ ଧନଶାଳୀ ବ୍ୟକ୍ତି ଫସିଥିବା ଜଣାପଡ଼ିଛି। ତେବେ ବର୍ତମାନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ସମୟ ସୀମା ସରିଛି। ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିବାପରେ ଖଗେଶ୍ବରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଦଲତ ଚାଲାଣ କରିଛି। କୋର୍ଟ ଚାଲାଣ ବେଳେ ଖଗେଶ୍ବର ପାତ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ‘‘ମୁଁ ନିର୍ଦ୍ଦୋଷ, ସମୟକୁ ଅପେକ୍ଷା କର’’ ଖବର ଓଡ଼ିଶା, Reporter, 24/11/2022