ଆସନ୍ତା କାଲିଠାରୁ ଦୁଇ ଦିିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
Khabar Odisha:Amit-Shah-on-two-day-tour-of-Odisha-from-Friday
ଭୁବନେଶ୍ୱର, ଫେବୃଆରୀ ୨୭ (ଖବର ଓଡ଼ିଶା):

ଆସନ୍ତା କାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ୨ ଦିନିଆ ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆସନ୍ତା କାଲି ଦିନ ୧୦ଟାରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଁଞ୍ଚିବେ ।

ପ୍ରଥମେ ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ପୂର୍ବ ଭାରତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ ଗୃହ ମନ୍ତ୍ରୀ । ଏହାପରେ CAA ଓ NRCକୁ ନେଇ ଲୋକମାନଙ୍କୁ ସଚେତନ କରିବା ଆୟୋଜିତ ହେଉଥିବା ସାଧାରଣ ସଭାକୁ ସମ୍ୱୋଧିତ କରିବେ ଗୃହ ମନ୍ତ୍ରୀ ଦିନ 2ଟା ରେ ଜନତା ମଇଦାନରେ ଆୟୋଜିତ ହେବ ସଭା କାର୍ଯ୍ୟ ।

ଏହା ପରେ ସଂଧ୍ୟା ୬ଟାରେ ହୋଟେଲ ମେ ଫେୟାରରେ ବିଜେପି କର୍ମୀଙ୍କ ସହ ଆଲୋଚନା କରିବେ ଅମିତ ଶାହା । ଆଲୋଚନା ପରେ ପୁରୀ ଗସ୍ତ । ପୁରୀ ମେ ଫେୟାରରେ ରାତ୍ରି ରହଣୀ । ୨୯ ସକାଳୁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ଏହା ପରେ ଦିନ ୧୧ଟା ସମୟରେ ଭୁବନେଶ୍ୱରରେ ପହଁଞ୍ଚି ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଗୃହ ମନ୍ତ୍ରୀ । ଅପରାହ୍ନରେ ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ଫେରିଯିବେ ଅମିତ ଶାହ । 

  • Tags:

Subscribe

National International State Sports Entertainment