ମୁମ୍ବାଇ: ମୁମ୍ବାଇ ସଂଲଗ୍ନ ଅମ୍ବରନାଥର ଏମଆଇଡିସି କ୍ୟାମ୍ପସରେ ଥିବା ନିକାଚେମ୍ କେମିକାଲ୍ କମ୍ପାନିରୁ ଗତକାଲି ରାତିରେ ଗ୍ୟାସ୍ ଲିକ୍ ହୋଇଛି। ଏହାପରେ ବାୟୁରେ ଗ୍ୟାସ୍ ବ୍ୟାପିବାରୁ ଲୋକମାନେ ଗଳା ଯନ୍ତ୍ରଣା ଓ ଆଖିରେ ଜଳାପୋଡ଼ା ଅନୁଭବ କରିବା ଆରମ୍ଭ କରିଥିଲେ। ରାତି ୯ଟାରୁ ୧୨ଟା ମଧ୍ୟରେ ଅମ୍ବରନାଥ ସହରରେ ବାୟୁରେ ରାସାୟନିକ ପଦାର୍ଥ ବ୍ୟାପିବା ରୁ କୁହୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ବର୍ତ୍ତମାନ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇଟି ଏୟାର ଇନସ୍ପେକ୍ସନ ମୋବାଇଲ ଭ୍ୟାନ୍ ବାୟୁ ପ୍ରଦୂଷଣର କାରଣ ଅନୁସନ୍ଧାନ କରୁଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏବେ ବାୟୁ ସ୍ବଚ୍ଛ ରହିଛି। ଅମ୍ବରନାଥ ଅଞ୍ଚଳରେ କୌଣସି ସ୍ଥାନରେ ଧୂଆଁ ନାହିଁ, କିନ୍ତୁ ପ୍ରଦୂଷଣ ବୋର୍ଡର ବାୟୁ ଗୁଣବତ୍ତା ନିୟନ୍ତ୍ରଣ ମୋବାଇଲ୍ ଗାଡ଼ି ନିକେମ୍ କମ୍ପାନିରେ ଉପଲବ୍ଧ ରହିଛି।
ଅଧିକ ପଢ଼ନ୍ତୁ: ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ-ଅମିତ ଶାହ