ଓଡ଼ିଶାରେ ପହଞ୍ଚିଲା ଦୁଇଟି ଯାକ ଭ୍ୟାକ୍ସିନ୍‌: ଜାଣନ୍ତୁ କେଉଠିଁ ଦିଆଯିବ କୋଭିସିଲ୍ଡ ଓ କେଉଁଠି ଦିଆଯିବ କୋଭାକ୍ସିନ୍‌
Khabar Odisha:After-Two-Covid-Vaccine-arrived-in-Odisha-Distribution-Of-Vaccine-starts

ଭୁବନେଶ୍ୱର, ଜାନୁଆରୀ ୧୩ (ଖବର ଓଡ଼ିଶା) : ରାଜ୍ୟରେ ପ୍ରଥମ ବ୍ୟାଚରେ ଅନୁମତି ମିଳିଥିବା ଦୁଇଟି ଯାକ ଭ୍ୟାକ୍ସିନ୍ କୋଭିସିଲ୍ଡ ଓ କୋଭାକ୍ସିନ୍ ହସ୍ତାନ୍ତର ହୋଇ ସାରିଛି । ଗତ କାଲି କୋଭିସିଲ୍ଡ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ଆସିଛି କୋଭାକ୍ସିନ୍ ।

ତେବେ ଭ୍ୟାକ୍ସିନ୍ ଆସିବା ପରେ ଭ୍ୟାକ୍ସିନ୍ ଡିଷ୍ଟ୍ରିବ୍ୟୁସନ୍ ମଧ୍ୟ ଆରମ୍ଭ ହୋଇଛି । ପ୍ରତିଟି ଜିଲ୍ଲାକୁ କୋଲ୍ଡ ଚେନ୍ ମେଣ୍ଟେନ କରି ପଠାଯାଉଛି ଭ୍ୟାକ୍ସିନ୍ । ପ୍ରଥମ ବ୍ୟାଚରେ ରାଜ୍ୟକୁ ୪ ଲକ୍ଷ ୮୦ ହଜାର ଡୋଜ୍ କୋଭିସିଲ୍ଡ ଆସିଥିବା ବେଳେ ଆଜି ୨୦ ହଜାର ଡୋଜ୍ କୋଭାକ୍ସିନ୍ ଆସିଛି । 

ଯାହା ପରେ କେଉଁଠି କୋଭିସିଲ୍ଡ ଟୀକା ଦିଆଯିବ ଓ କେଉଁଠି କୋଭାକ୍ସିନ୍ ଟୀକା ଦିଆଯିବ ତାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବ୍ୟବସ୍ଥା ଅନୁଯାଇ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାରେ କୋଭିସିଲ୍ଡ ଟୀକା ଦିଆଯିବ ଏବଂ କୋଭାକ୍ସିନ୍ ଟୀକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ହିଁ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ବର୍ତମାନ ପଞ୍ଜିକରଣ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଅନୁଯାଇ ପ୍ରତି ଜିଲ୍ଲାକୁ କୋଭିସିଲ୍ଡର ପ୍ରଥମ ଡୋଜ୍ ପଠାଯାଉଛି ।

  • Tags:

Subscribe

National International State Sports Entertainment