ଢେଙ୍କନାଳ: ଭୋଟ ଦେଉଛି ଢେଙ୍କାନାଳ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ନେତା ଓ ଜନତା । ଶାନ୍ତି ଶୃଙ୍ଖଳା ମଧ୍ୟରେ ଚାଲିଛି ମତଦାନ । ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ମୋଟ ୧୫ଲକ୍ଷ ୨୯ହଜାର ୭୮୫ଜଣ ଭୋଟର ଆଜି ସେମାନଙ୍କ ମତଦାନ କରୁଛନ୍ତି ।୫୮ନଂ ପରଜଙ୍ଗ ବିଧାନସଭା ମଣ୍ଡଳୀ ପାଇଁ ୨୪୨ଟି ବୁଥରେ ୨ଲକ୍ଷ ୧୯ହଜାର ୨୬୨ ଜଣ ଭୋଟର ମତଦାନ କରୁଛନ୍ତି, ଯେଉଁ ମାନଙ୍କ ମଧ୍ୟରେ ୧୨ଜଣ ତୃତୀୟ ଲିଙ୍ଗି ମଧ୍ୟ ସାମିଲ ରହିଛନ୍ତି ।
ସେହିପରି ୫୭ନମ୍ବର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୩୬ଟି ବୁଥରେ ୨ଲକ୍ଷ ୧୯ହଜାର ୧୧୩ଜଣ ଭୋଟର ମତଦାନ କରୁଛନ୍ତି, ଯେଉଁ ମାନଙ୍କ ମଧ୍ୟରେ ୨୦ଜଣ ତୃତୀୟ ଲିଙ୍ଗି ରହିଛନ୍ତି ।୫୬ନମ୍ବର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ୨୭୦ଟି ବୁଥରେ ୨ଲକ୍ଷ ୬୨ହଜାର ୪୯୪ଜଣ ଭୋଟର ମତଦାନ କରୁଛନ୍ତି ।
୫୫ନମ୍ବର ଢେଙ୍କାନାଳ ସଦର ବିଧାନସଭା ମଣ୍ଡଳୀ ଆସନରେ ୨୭୩ଟି ବୁଥରେ ୨ଲକ୍ଷ ୭୧ହଜାର ୧୬୪ ଭୋଟର ମତଦାନ କରୁଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ମଧ୍ୟରେ ମତଦାନ ଚାଲିଛି । ସକାଳ ୭ଟାରୁ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି ଜନତା ଜନାର୍ଦ୍ଦନ ।