ଉପ-ନିର୍ବାଚନ ପୂର୍ବରୁ ନବୀନଙ୍କ ପିପିଲି-ଡେଲାଙ୍ଗ ପାଇଁ ୭୦ କୋଟିର ପ୍ୟାକେଜ୍
Khabar Odisha:A-package-of-Rs-40-crore-for-Naveens-Pipili-Delang-before-the-by-elections
ଭୁବନେଶ୍ୱର, ଫେବୃଆରୀ 23 (ଖବର ଓଡ଼ିଶା):

ଆଗକୁ ଆସୁଛି ପିପିଲି ଉପ-ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତାତି ବଢିବାରେ ଲାଗିଛି । ତେଣୁ ଆଜି ଡେଲାଙ୍ଗ ଓ ପିପିଲି ଲୋକମାନଙ୍କ ସୁଖ ଦୁଃଖ ବୁଖିବା ପାଇଁ  ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କଥା ହୋଇଛନ୍ତି ।

ଯେଉଁଠାରେ ପିପିଲି-ଡେଲାଙ୍ଗରେ ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶ ମୂଳକ ପ୍ରକଳ୍ପ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ବେଳେ ମିଶନ ଶକ୍ତି ମା'ମାନେ ଭଲ କାମ କରିଛନ୍ତି ।

କରୋନାକୁ ନ ଡରି ଚାଷୀ ଭାଇମାନେ କାମ କରିଛନ୍ତି । କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ କନଫରେନ୍ସିଂରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୁରୀ ସାଂସଦ ପିନାକୀ ମିଶର୍, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ କ୍ରୀଡ଼ା ମନ୍ତ୍ରୀତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

  • Tags:

Subscribe

National International State Sports Entertainment