କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ପୁରୀ ଜିଲ୍ଲାରେ 5 ଜଣଙ୍କ ନାମରେ ମାମଲା ରୁଜୁ
Khabar Odisha:A-case-has-been-registered-against-five-people-in-Puri-district-on-charges-of-spreading-rumors-about-carona
ପୁରୀ, ଏପ୍ରିଲ ୦୫ (ଖବର ଓଡ଼ିଶା):

ମହାମାରୀ କରୋନା ମୁକାବିଲା ନେଇ ସାରା ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ କଟକଣା ଜାରି ରହିଛି । ହେଲେ ସରକାରଙ୍କ ଏତେ ସଚେତନତା ପରେ ବି ଲୋକମାନେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରିବାରୁ ନିବୃତ ହେଉନାହାଁନ୍ତି ଗତକାଲି ଗୁଜବ ପ୍ରଚାର କରିବା ଅଭିଯୋଗରେ ପୁରୀ ଜିଲ୍ଲାରେ ଏଭଳି ପାଞ୍ଚଟି ମାମଲା ପଞ୍ଜିକୃତ ହୋଇଥିବା ଜଣାପଡିଛି ।

 

ପୁରୀ ସହରର ତିନିଜଣଙ୍କ ନାଆଁରେ ମାମଲା ରୁଜୁ ହୋଇଥିବା ବେଳେ କୁମ୍ଭାରପଡ଼ା ଓ ବ୍ରହ୍ମଗିରିର ଜଣଙ୍କ ନାଆଁରେ ମାମଲା ରୁଜୁ ହୋଇଛି। ପୁରୀ ସହରର ଦୁର୍ଗା ପ୍ରସାଦ ସାହୁ ଓରଫ ଟୁଟା, ବିଜୟ ସ୍ବାଇଁ ଓ ରାକେଶ ମହାନ୍ତି ପ୍ରମୁଖ ଥିବା ବେଳେ କୁମ୍ଭାରପଡ଼ାର ମହେଶ ଆଚାର୍ଯ୍ୟ ଓ ବ୍ରହ୍ମଗିରିର ଅଜିତ ପାଇକରାୟ ଓରଫ ବୁବୁନଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି।ଏମାନେ କରୋନା ସଂପର୍କରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍ ଉକ୍ତ ୫ଜଣଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଥିବା ଜଣାଯାଇଛି। 

  • Tags:

Subscribe

National International State Sports Entertainment