ରାଜଧାନୀ ଭୁବନେଶ୍ବରରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି : ଆଜି ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଲା BMC
Khabar Odisha:45-Corona-positive-in-Bhubaneswar
ଭୁବନେଶ୍ୱର, ଜୁଲାଇ 4 ( ଖବର ଓଡ଼ିଶା):

 ରାଜଧାନୀ ଭୁବନେଶ୍ୱରରେ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ । ବଢ଼ିବାରେ ଲାଗିଛି ଚିନ୍ତା । ଆଜି ଭୁବନେଶ୍ଵରରେ ୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଟି ଲୋକାଲ୍‌ କେସ୍‌ ଥିବାବେଳେ ୩୭ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ରାଜଧାନୀରେ ଲୋକାଲ କେସ ବଢ଼ିବାରେ ଲାଗିଛି। ଆଜି କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ୩୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ପୁରୁଷ ଥିବାବେଳେ ୩୦ଜଣ ମହିଳା ରହିଛନ୍ତି। କ୍ୱାରେଣ୍ଟନ୍‌ର ୩୭ ଜଣଙ୍କ ମଧ୍ୟରୁ ୯ ଜଣ ମଞ୍ଚେଶ୍ଵର୍,  ୬ ଜଣ ନୂଆଗାଁ, ୩ ଜଣ ଘରୋଇ ହସ୍ପିଟାଲ୍ କର୍ମଚାରୀ, ଜଣେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ଆଇଗିଣିଆ ଅଞ୍ଚଳରୁ ,ଜଣେ ସତ୍ୟ ନଗର , ୩ ଜଣ ମଞ୍ଚେଶ୍ୱର, ସହିଦ ନଗର ଜଣେ , ଭରତପୁର ଜଣେ, ଜଣେ ହଂସପାଳ, ଜଣେ ଚକେଇସିଆଣି , ଲକ୍ଷ୍ମୀ ସାଗର ରୁ ଜଣେ, unit ୪ ରୁ ଜଣେ, ଅଶୋକ ନଗର, ବରମୁଣ୍ଡା , ଓଲ୍ଡ ଟାଉନ ରୁ ଜଣେ ଲେଖାଏଁ  ଓ ୪ ଜଣ ସେଣ୍ଟ୍ରାଲ govt hospital ରୁ ଚିହ୍ନଟ ହୋଇଛନ୍ତି।

୮ ଲୋକାଲ କେସ୍‌ ମଧ୍ୟରୁ ଜଣେ ବରମୁଣ୍ଡାରୁ ଜଣେ, କେଦାରଗୌରି ଅଞ୍ଚଳ, ସାଲିଆ ସାହି,  ଖଣ୍ଡଗିରି, ଡୁମୁଡୁମା ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଓଲ୍ଡ ଟାଉନ ଅଞ୍ଚଳରୁ ଜଣେ, unit ୪  ଜଣେ,  ଚନ୍ଦ୍ରଶେଖରପୁର୍ ରୁ ଜଣେ  ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଭୁବନେଶ୍ୱରରୁ ୩୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

  • Tags:

Subscribe

National International State Sports Entertainment