ପାର୍ବଣ ପରେ ବଢୁଛି ସଂକ୍ରମଣ! ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଉପରମୁହାଁ ରାଜ୍ୟର କରୋନା ଗ୍ରାଫ
Khabar Odisha:443-New-Corona-positive-detected-in-Odisha

ଭୁବନେଶ୍ୱର, ଅକ୍ଟୋବର ୧୭(ଖବର ଓଡ଼ିଶା): ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ଗତ କାଲି ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ୪୦୦ ତଳକୁ ଖସିଥିଲା କରୋନା ଗ୍ରାଫ୍ ।

ମାତ୍ର ଆଜି ପୁଣି ଥରେ ଉପର ମୁହାଁ ହୋଇଛି ରାଜ୍ୟର ଦୈନିକ ସଂକ୍ରମଣ ହାର । ପାର୍ବଣ ପରେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଆଜିର କରୋନା ତଥ୍ୟକୁ ନେଇ ପୁଣି ଚିନ୍ତା ବଢିଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କାଲି ଏହି ସଂଖ୍ୟା ୩୫୮ ରହିଥିବା ବେଳେ ଆଜି ଏଥିରେ ୮୫ ସଂକ୍ରମିତଙ୍କ ବୃଦ୍ଧି ହୋଇଛି ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛି ।

ଅନ୍ୟପଟେ ଏମାନଙ୍କ ମଧ୍ୟରୁ ୨୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୮୫ ଜଣ ଲୋକାଲ କେସ୍ ରହିଛନ୍ତି ।

ପୂର୍ବ ଟ୍ରେଣ୍ଡ ଅନୂଯାଇ ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୪୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

  • Tags:

Subscribe

National International State Sports Entertainment