ଓଡ଼ିଶାକୁ ଆଶ୍ୱସ୍ତି, ସୁସ୍ଥ ହେଲେ ରାଜ୍ୟର ଆଉ ୨୨୯ ଜଣ କରୋନା ଆକ୍ରାନ୍ତ
Khabar Odisha:229-Corona-patient-cured-in-Odisha
ଭୁବନେଶ୍ୱର, ଜୁଲାଇ ୪ ( ଖବର ଓଡ଼ିଶା):

 ଓଡ଼ିଶା ପାଇଁ ଖୁସି ଖବର । ଆଜି ରାଜ୍ୟରେ ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଙ୍କ ସଂଖ୍ୟା ୫ ହଜାର ୯୩୪କୁ ଛୁଇଁଛି ।

ଆଜି କରୋନାରୁ ସୁସ୍ଥ ହୋଇଥିବା ମଧ୍ୟରୁ ଗଞ୍ଜାମର ୯୧ ଜଣଥିବା ବେଳେ ଖୋର୍ଦ୍ଧା ର ୨୯, ଗଜପତିର ୨୬, ଝାରସୁଗୁଡାରୁ ୧୫, ବଲାଙ୍ଗୀରର ୧୨, ଜଗତସିଂପୁରର ୧୧, ମୟୂରଭଞ୍ଜର ୧୧, ଯାଜପୁରର ୮, କେନ୍ଦ୍ରାପଡାରୁ ୬ ଓ କେଉଁଝରରୁ ୫ଜଣ ରହିଛନ୍ତି । ସେହିପରି ସୁନ୍ଦରଗଡ ଓ କଟକରୁ ୪ଜଣ ଲେଖାଏଁ ଏବଂ ଭଦ୍ରକ ଓ ନୟାଗଡରୁ ୩ଜଣ ଲେଖାଏଁ, ବରଗଡରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଆଜି ସକାଳେ ଚିହ୍ନଟ ୪୯୫ ଜଣ ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୦୧ କୁ ବୃଦ୍ଧି ପାଇଛି । କରୋନାରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment