ଓଡ଼ିଶାରେ ଆଉ ୨ଟି ମୁଣ୍ଡ ନେଲା କରୋନା ଭାଇରସ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୮ ଛୁଇଁଲା
Khabar Odisha:2-Corona-patient-death-in-Odisha
ଭୁବନେଶ୍ୱର, ଜୁଲାଇ ୨ ( ଖବର ଓଡ଼ିଶା):

 ଓଡ଼ିଶାରେ ଆଉ ୨ ଟି ପ୍ରାଣ ନେଲା ମହାମାରୀ କରୋନା ଭାଇରସ ।  ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୮ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ,ଆଜି କରୋନାରେ ମୃତ୍ୟୁ ଘଟିଥିବା ୨ ଜଣ ମୃତକ ଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର । ତେବେ ମୃତକ ଜଣକ ଗଞ୍ଜାମ ଜିଲ୍ଲାର  ବର୍ଷୀୟ ବ୍ୟକ୍ତି । ଅନ୍ୟଜଣେ ଅନୁଗୁଳ ଜିଲ୍ଲାର ୫୭ ବର୍ଷୀୟ ବ୍ୟକ୍ତି । କିଛି ଦିନ ତଳେ ଉଭୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ମହାମାରୀରେ ସଂକ୍ରମଣ ହୋଇ ଏହି ୨ ଜଣ ବ୍ୟକ୍ତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 

ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେହିଭଳି ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୨୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।

  • Tags:

Subscribe

National International State Sports Entertainment