ଗତ ୨୪ ଘଣ୍ଟାରେ ରାଜଧାନୀରୁ ଚିହ୍ନଟ ହେଲେ ୧୮୪ ଏବଂ ସୁସ୍ଥ ହେଲେ ୧୮୨ କରୋନା ଆକ୍ରାନ୍ତ
Khabar Odisha:184-cases-of-coronary-heart-disease-have-been-detected-in-the-capital-and-182-cases-have-been-reported
ଭୁବନେଶ୍ୱର, ଅକ୍ଟୋବର ୧୩(ଖବର ଓଡିଶା):

ରାଜଧାନୀରେ ଗତ ୨୪ ଘଣ୍ଟାରେ ୧୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫୦ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୪ ଜଣ ରହିଛନ୍ତି । 

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ୧୧୫୨୦ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୦୫୦୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏବେ ବି ଭୁବନେଶ୍ୱରରେ ୩୬୩୬ ଜଣ ଆକ୍ଟିଭ୍ କେସ ରହିଥିବା ବେଳେ ୧୦୩୯ ଜଣଙ୍କ ମୃତ୍ୟୁ ହୋଇଛି । 

ସେହିପରି ଖୋର୍ଦ୍ଧା ଜିଲ୍ଲାକୁ ପୁଣି ଥରେ ରେର୍ଡ ଜୋନ ହୋଇଛି । କାରଣ ପାର୍ବଣ ସମୟରେ ଲୋକମାନେ ନିୟମ ମାନୁନାହାନ୍ତି । ଯାହା ଫଳରେ ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହେଉଛନ୍ତି । ଯାହାକି ସ୍ୱାସ୍ଥ୍ୟ ବିଭାଗକୁ ପୁରା ଚିନ୍ତାରେ ପକାଇଦେଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାକୁ ପୁଣି ଫେରିଛି ରେର୍ଡ ଜୋନ ।

  • Tags:

Subscribe

National International State Sports Entertainment