ଓଡ଼ିଶାରେ ପୁଣି ୧୩୦ କରୋନା ପଜିଟିଭ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି
Khabar Odisha:130more-Corona-positive-in-Odisha
ଭୁବନେଶ୍ୱର, ଜୁନ ୫ ( ଖବର ଓଡ଼ିଶା):

 ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।   ଓଡ଼ିଶାରେ ୨୩ ଜିଲ୍ଲାରୁ  ଆଉ ୧୩୦ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।  ୨୬୦୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ବାଧିକ କଟକ ଜିଲ୍ଲାର ୨୩ଜଣ, ଖୋର୍ଦ୍ଧାରୁ ୨୨ଜଣ, ମୟୂରଭଞ୍ଜରୁ ୨୨ଜଣ,ଯାଜପୁରରୁ ୩ଜଣ, ପୁରୀ, ରାୟଗଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏ, ଗଜପତିରୁ ୭ଜଣ, କୋରାପୁଟରୁ ୬ଜଣ,  ଅନୁଗୁଳରୁ ଜଣେ, ବରଗଡ଼ରୁ ୪ଜଣ, ଢେଙ୍କାନାଳରୁ ୨ଜଣ, ବଲାଙ୍ଗିରରରୁ ୩ଜଣ, ଭଦ୍ରକରୁ ୪ଜଣ, କେନ୍ଦୁଝରରୁ ୨ଜଣ, କନ୍ଧମାଳରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ଗଞ୍ଜାମରୁ ୧୨ଜଣ, ସୁନ୍ଦରଗଡ଼ରୁ ୭ଜଣ, ସୋନପୁରରୁ ଜଣେ ଓ କେନ୍ଦ୍ରାପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୬ ଜଣ ସ୍ଥାନୀୟ ଲୋକ। ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ କୁ ବୃଦ୍ଧି ପାଇଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୭ ଜଣ ଚିକିତ୍ସାଧୀନ ଥିବାବେଳେ ୧୪୮୧ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୭ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment