ପୁରୀ ରେ 12 କରୋନା ପଜିଟିଭ ଚିହ୍ନଟ, ନେଗେଟିଭ ଥିବା ସେବାୟତ ବହୁଡାରେ ସାମିଲ୍
Khabar Odisha:12-Corona-positive-in-puri
ଭୁବନେଶ୍ୱର, ଜୁଲାଇ 1 ( ଖବର ଓଡ଼ିଶା):

 ଶ୍ରୀକ୍ଷେତ୍ର ପୁରୀରେ ଆଜି ବାହୁଡ଼ା ଯାତ୍ରା । ପୁରୀରେ ଗତ ସପ୍ତାହେ ଧରି ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |

ପୁରୀ ସହରରେ ଏକ ସପ୍ତାହ ମଧ୍ୟରେ ମୋଟ୍ ୫୫୬୯ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି | ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | ତେବେ ଆଜି ଚାଲିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତଙ୍କର କରୋନା ଟେଷ୍ଟରେ ନେଗେଟିଭ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି |

  • Tags:

Subscribe

National International State Sports Entertainment