ମୋରବୀ, ମେ ୧୮(ଖବର ଓଡିଶା):
ଗୁଜୁରାଟ ମୋରବୀରେ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ଲୁଣ କାରଖାନାରେ କାନ୍ଥ ଭୂଷୁଡି ପଡିଛଇ । ଫଳରେ କାନ୍ଥ ତଳେ ଦବି ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ମୃାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କାନ୍ଥ ତଳେ ଆହୁରୀ ଦବି ରହିଥିବା ଆଶଙ୍କା କରାଯାଉଛି ।
କାନ୍ଥ ହଟାଇବାକୁ ଜେସିବି ଡକାଯାଇଛି । ସେପଟେ ଘଟଣାସ୍ଥଳରେ ମୋରବୀ ଜିଲ୍ଲାପାଳ ପହଞ୍ଚିଛନ୍ତି । କାରଖାନାରେ ଶ୍ରମିକ ଲୁଣକୁ ବସ୍ତାରେ ଭରୁଥିବା ବେଳେ ହଠାତ କାନ୍ଥ ଧସିପଡିଥିଲା । ଦୁର୍ଘଟଣାରେ ସମସ୍ତ ମୃତକ ଲୁଣ କାରଖାନାରେ କାର୍ଯ୍ୟରତ ଶ୍ରମିକ ବୋଲି ଜଣାପଡିଛି ।