ୱାଶିଂଟନ୍: ଆମେରିକାରେ ନିକଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣା ପୃଥ୍ବବୀବାସୀ ଭୁଲି ପାରି ନଥିବା ବେଳେ ପୁଣି ସମାନ ପ୍ରକାରର ଘଟଣା ପାଇଁ ଉଦ୍ୟମ ହୋଇଛି। ମାତ୍ର ଏହି ଅଘଟଣ ପୂର୍ବରୁ ସୁରକ୍ଷାକର୍ମୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ସନ୍ଦିଗ୍ଧର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ ହୋଇଛି। ମିଲଭୌକିରେ ଏହି ଅଭାବନୀୟ ଘଟଣା ପୂର୍ବରୁ ସୁରକ୍ଷା କର୍ମୀଙ୍କୁ ସଫଳତା ମିଳିଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ନ୍ୟାଶନାଲ କନଭେନ୍ସନରେ ଅଂଶଗ୍ରହଣ କରିବାକୁ ମିଲଭୌକି ଯାଇଥିଲେ। ଏହି ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ୫ ଜଣିଆ ପୁଲିସ ଟିମ୍ ଜଣେ ସନ୍ଦିଗ୍ଧଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସନ୍ଦିଗ୍ଧ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବନ୍ଧୁକ ଓ ଦୁଇ ହାତରୁ ୨ଟି ଛୁରି ଜବତ ହୋଇଥିଲା। ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି।
ମିଲଭୌକି ପ୍ରମୁଖ ଜେଫରୀ ନର୍ମାନ ଏକ ସମ୍ମିଳନୀରେ କହିଛନ୍ତି, କୋଲମ୍ବସ, ଓହିଓ ପୁଲିସ ବିଭାଗର ସଦସ୍ୟମାନେ ଯେଉଁ ବ୍ୟକ୍ତି ଉପରକୁ ଗୁଳି କରିଛନ୍ତି, ସେ ଦୁଇ ହାତରେ ଛୁରି ଧରିଥିଲା ଏବଂ ସେ ପୁଲିସର ଆଦେଶକୁ ମାନି ନଥିଲା। ମିଲଭୌକି ପ୍ରମୁଖ କହିଛନ୍ତି ଘଟଣାସ୍ଥଳରେ ୨ଟି ଛୁରି ଜବତ କରିଛି।
ସୂଚନାଯୋଗ୍ୟ, ଆମେରିକାର ପେନସିଲଭେନିଆରେ ଶନିବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ସଭା ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ ଘଟଣାରେ ଆକ୍ରମଣକାରୀ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ପୂର୍ବତନ ରାଷ୍ଟ୍ରପତି ଗୁଳିମାଡ଼ ଘଟଣା ପରେ ମଧ୍ୟ ସୁରକ୍ଷିତ ଅଛନ୍ତି। ଟ୍ରମ୍ପ ପେନ୍ସିଲଭେନିଆର ବଟଲରରେ ଭାଷଣ ଦେଉଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳମାଡ଼ ପ୍ରଭାବ ଜୋରଦାର ଥିଲା। ଫଲରେ ମଞ୍ଚ ଉପରେ ଭାଷଣ ଦେଉଥିବା ଟ୍ରମ୍ପ ତଳେ ପଡ଼ିଯାଇଥିଲେ। ତାଙ୍କର ସୁରକ୍ଷା ପାଇଁ ମୁତୟନ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ତାଙ୍କୁ ମଞ୍ଚ ଉପରୁ ତଳକୁ ନିଆଯାଇଥିଲା। ଏହି ସମୟରେ ଟ୍ରମ୍ପଙ୍କ ମହୁଁ ଓ କାନରୁ ରକ୍ତ ନିର୍ଗତ ହେଉଥିଲା।
Merica America man shot dead by police near republican national