ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଶ୍ୱରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ଆମେରିକୀୟ କମ୍ପାନୀ ମେଟାକୁ ପୁଟିନ ବଡ଼ ଝଟକା ଦେଇଛନ୍ତି । ରୁଷିଆ ଆଇନ ଉଲ୍ଲଘଂନ କରିବା ଅଭିଯୋଗରେ ଦେଶରେ ‘ୱାଟ୍ସଆପ’ (WhatsApp) ବ୍ୟବହାର ଉପରେ କଟକଣା କରାଯାଇଛି । ଖୋଦ ମେଟାର ପ୍ରତିଷ୍ଠାତା ଏଲନ୍ ମସ୍କ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି । ଏଲନ୍ ମସ୍କ ନିଜେ ସ୍ୱୀକାର କରିଛନ୍ତି ଯେ ମେଟା କମ୍ପାନୀ ରୁଷିଆ ଆଇନକୁ ଅନୁସରଣ କରୁନଥିଲା । ଯେଉଁଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ରୁଷ ପ୍ରବକ୍ତା ଦିମିତ୍ରୀ ପେସକୌବ ଗଣମାଧ୍ୟମ ସହିତ ଆଲୋଚନା ବେଳେ କହିଛନ୍ତି ଯେ ମେଟା କମ୍ପାନୀ ଆଇନ ପାଳନ କରୁ ନଥିଲା । ସେଥିପାଇଁ ୱାଟ୍ସଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି ମେଟା ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବ ତେବେ ପୁଣି ଥରେ ସମ୍ଭାବନା ସୃଷ୍ଟି ହୋଇପାରେ । କିନ୍ତୁ ଯଦି କମ୍ପାନୀ ନିଜ ଜିଦରେ ଅଟଳ ରୁହେ ଏବଂ ରୁଷିଆ ଆଇନ ପାଳନ କରିବାକ ଅନିଚ୍ଛା ପ୍ରକାଶ କରେ ତେବେ କଟକଣା ଆଦେଶ ଜାରି ରହିବ ।
ସେହିପରି ଦିମିତ୍ରୀ ସ୍ଥାନୀୟ ମ୍ୟାକ୍ସ (MAX) କମ୍ପାନୀକୁ ବ୍ୟବହାର କରିବାକୁ ଜନତାଙ୍କୁ ପରାମର୍ଶ ଦେଇଛନ୍ତି । ମ୍ୟାକ୍ସ ରୁଷିଆ ନିର୍ମିତ କମ୍ପାନୀ ଅଟେ । ତେଣୁ ଏହା ସେଠାକାର ନାଗରିକଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ । ତେବେ ମ୍ୟାକ୍ସରେ ଜଣେ ବ୍ୟବାହାରକାରୀ ଅନ୍ୟ ଜଣଙ୍କ ବିଷୟରେ ଜାଣି ପାରିବ ବୋଲି ଦାବି କରାଯାଉଛି । ତେବେ ଦିମିତ୍ରୀ ଏହାକୁ ଖଣ୍ଡନ କରିଛନ୍ତି । ଏହା ସରକାରୀ କ୍ଷେତ୍ରରେ ବ୍ୟବହାର କରାଯାଉଛି ଏବଂ ସାଧାରଣ ନାଗରିକଙ୍କ ପାଇଁ ବୁହତ ସହଜ ହେବ ।
ଖବର ଅନୁସାରେ ରୁଷରେ ବର୍ତ୍ତମାନ କେହି ୱାଟ୍ସଆପ୍ ବ୍ୟବହାର କରିପାରୁ ନାହାଁନ୍ତି । ଏପରିକି କିଛି ଡୋମେନ୍ ନାମ ପଞ୍ଜିକରଣ ତାଲିକାରୁ ହଟାଇ ଦିଆଯାଇଛି । ଏହା ପୂର୍ବରୁ ୱାଟ୍ସଆପ୍ ଦାବି କରିଥିଲା ଯେ ଆପ୍ଲିକେସନକୁ ସୀମିତ କରିବାକୁ ଚାହୁଁଥିଲେ । ଟେଲିଗ୍ରାମ ସଂସ୍ଥାପକ ପାୱେଲ ଦୁରୌୱ ମସ୍କୋ ଉପରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲା।