ଜାମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦର ମାଷ୍ଟର ମାଇଣ୍ଡ ଏବଂ ଲସ୍କର-ଏ-ତୈବାର ଶୀର୍ଷ କମାଣ୍ଡର ହାମିସ ମୁସା ନିପାତ । ଭାରତୀୟ ସେନାର ସ୍ୱତନ୍ତ୍ର ଅପରେସନରେ ନିପାତ ହୋଇଛି । ହାସିମ ମୁସାକୁ ଧରାଇଦେବାକୁ ଭାରତୀୟ ସେନା ୨୦ ଲକ୍ଷର ପୁରସ୍କାର ଘୋଷଣା କରିଥିଲା ।ତେବେ ଆଜି (୨୮ ଜୁଲାଇ)ରେ ଶ୍ରୀନଗରର ଲିଡୱାସ ଅଞ୍ଚଳରେ ହୋଇ ଥିବା ଏହି ଅପରେସନରେ ହାମିସ୍ ମୁସା ନିପାତ ହୋଇଛି । ଏନକାଉଣ୍ଟରର ଫଟୋ ଏବେ ସାମ୍ନାକୁ ଆସିଛି।
ହାମିସ୍ କେବଳ ପହଲଗାମ୍ ନୁହେଁ ସେ ଅନେକ ଆକ୍ରମଣରେ ବି ସାମିଲ ରହିଥିଲା । ସୋମବାର ଜମ୍ମୁ ଏବଂ କଶ୍ମୀରର ଶ୍ରୀନଗରରେ ସେନା ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଅପରେଶନ ମହାଦେବ ନାମ ଦିଆଯାଇଥିଲା। ସେନାର ଚିନାର କର୍ପସ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଶେୟାର କରିଛି। ପହଲଗାମରେ ଆକ୍ରମଣ ପରେ, ଭାରତୀୟ ସେନା ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଛି।
ସେନା କହିଛି ଯେ, ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଚାଲିଥିଲା। ଏଠାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସମ୍ଭାବନା ଥିଲା। ଏହି ସମ୍ପର୍କରେ ସେନା ‘ଅପରେସନ ମହାଦେବ’ ଚଳାଇଥିଲା। ସେନା ମହାଦେବ ପାହାଡ଼ ଉପରେ ଏକ ଶିବିର ସ୍ଥାପନ କରିଛି, ଯାହା ମାଧ୍ୟମରେ ଏହି ଅଞ୍ଚଳର କାର୍ଯ୍ୟକଳାପ ଉପରେ ନଜର ରଖାଯାଏ। ଏଠାରେ ବହୁ ଦିନ ପୂର୍ବରୁ ଆତଙ୍କବାଦୀ ମୁସାର ଗତିବିଧି ଉପରେ ନଜର ରଖାଯାଇଥିଲା। ଏହି କାରଣରୁ ସର୍ଚ୍ଚ ଅପରେଶନ ଚାଲିଥିଲା। ସେନା ସହିତ ଜମ୍ମୁ କଶ୍ମୀର ପୋଲିସ ମଧ୍ୟ ଏହି ଅପରେଶନରେ ସାମିଲ ଥିଲା। ସେନା ଦ୍ୱାରା ନିହତ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ପହଲଗାମ ଆକ୍ରମଣର ୯୬ ଦିନ ପରେ ଆରମ୍ଭ ହୋଇଥିବା ଅପରେସନ ମହାଦେବ ହାସିମ ମୁସାଙ୍କୁ ନିପାତ କରିବାରେ ସଫଳ ହୋଇଛି ।
ହାସିମ ମୁସା କିଏ ଥିଲେ?
- ହାସିମ ମୁସା, ଯାହାକୁ ସୁଲେମାନ ଶାହ ମୁସା ଫୌଜି ନାମରେ ମଧ୍ୟ ଜଣାଶୁଣା, ସେ ଲସ୍କର-ଏ-ତୈବାର ଜଣେ କମାଣ୍ଡର ଥିଲେ।
- ହାସିମ ମୁସା ପାକିସ୍ତାନର ସ୍ପେଶାଲ ସର୍ଭିସ ଗ୍ରୁପ୍ (SSG)ର ଜଣେ ପାରା-କମାଣ୍ଡୋ ଥିଲେ, ଯାହା ଏକ ସ୍ବତନ୍ତ୍ର ତାଲିମପ୍ରାପ୍ତ ସେନା ୟୁନିଟ୍ ଥିଲା ।
- ୨୦୨୨ ମସିହାରେ ସେ ଭାରତରେ ଅନୁପ୍ରବେଶ କରି ଲସ୍କରରେ ଯୋଗ ଦେଇଥିଲେ। ସେ ଅନେକ ଆକ୍ରମଣର ଷଡଯନ୍ତ୍ର କରିଥିଲେ ।
- ସେ ପହଲଗାମ ଆକ୍ରମଣର ଯୋଜନା ଏବଂ କାର୍ଯ୍ୟକାରୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ ଗ୍ରହଣ କରିଥିଲେ । ସେ ଏପ୍ରିଲ ୧୫ ରୁ ବୈସା ବୈସାରନ ଉପତ୍ୟକାରେ ଉପସ୍ଥିତ ଥିଲେ ଏବଂ ସାତ ଦିନ ଧରି ରେକି (ଗୁପ୍ତଚର) କରିଥିଲେ ।
- ସେ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣର ମଧ୍ୟ ନେତୃତ୍ବ ନେଇଥିଲେ, ଯେଉଁଥରେ ସାତ ଜଣ ଲୋକ ପ୍ରାଣ ପ୍ରାଣ ହରାଇଥିଲେ।
- ସେ ଦାଚିଗାମ୍ ଏବଂ ଲିଡୱାସ୍ ଜଙ୍ଗଲରେ ଲୁଚି ରହିଥିଲେ ଯେଉଁଠାରୁ ସେ ପାକିସ୍ତାନ ପଳାଇବାକୁ ଚେଷ୍ଟା କରୁଥିଲେ
- ହାସିମ ମୁସା ଅନେକ ଆକ୍ରମଣରେ (ଯେପରିକି ଗାଣ୍ଡେରବଲ ଏବଂ ବାରାମୁଲ୍ଲାରେ) ଜଡିତ ଥିବାରୁ ତାଙ୍କୁ ଧରିବା କିମ୍ବା ହତ୍ୟା କରିବା ପାଇଁ ସେନା ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।