ଖବର ଓଡ଼ିଶା: ଦେଶରୁ ପଳାୟନ କଲା ପରେ ମଧ୍ୟ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପିଛା ଛାଡ଼ୁନି ବିବାଦ । ଶେଖ ହସିନାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଛି । ଗତ ମାସରେ ହୋଇଥିବା ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।
ହିଂସା ସମୟରେ ଜଣେ ଦୋକାନୀ ମାଲିକ ଅବୁ ସଇଦଙ୍କର ମୃତ୍ୟୁ ହୋଇଥିଲା । ଜୁଲାଇ ୧୯ରେ ମହମ୍ମଦପୁରରେ ଆନ୍ଦୋଳନ ଚାଲିଥିବାବେଳେ ପୋଲିସ ଗୁଳିରେ ଅବୁ ସଇଦଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଜଣେ ବନ୍ଧୁ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି । ଆୱାମୀ ଲିଗ୍ ର ମହାସଚିବ ଔବୈଦୁଲ କାଦର, ପୂର୍ବତନ ଗୃଦ ମନ୍ତ୍ରୀ ଅସଦୁଜ୍ଜମାଂ ଖାନ ଓ ପୂର୍ବତନ ପୋଲିସ ଅଧିକାରୀ ଚୌଧୁରୀ ଅବ୍ଦୁଲା ଅଲ ମାସୁନଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି ।
ଶେଖ୍ ହସିନା ଇସ୍ତଫା ଦେବା ପରେ ଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି । ସେ ଏବେ ଗାଜିଆବାଦରେ ସେଫ୍ ହାଉସ ରେ ରହିଛନ୍ତି ।