ପିଓକେରେ ଆତଙ୍କୀ ପ୍ରଶିକ୍ଷଣ ଶିବିର ସ୍ଥାପନ କରିବାକୁ ପାକିସ୍ତାନ ଯାଇଥିଲା ଲଣ୍ଡନ ବ୍ରିଜର ଆକ୍ରମଣକାରୀ ଉସମାନ ଖାନ
Khabar Odisha:international-odisha-london-bridget-attack-suspect-usman-khan-had-visited-pakistan-for-establishing-terrorist-training-camp
ଲଣ୍ଡନ, ନଭେମ୍ବର୩୦(ଖବର ଓଡ଼ିଶା):

ବ୍ରିଟେନର ଖ୍ୟାତାନାମା ଲଣ୍ଡନ ବ୍ରିଜ୍ ନିକଟରେ ଶୁକ୍ରବାର ହୋଇଥିବା ଆତଙ୍କବାଦୀର ଛୁରାମାଡ଼ ମାମଲାରେ ସାମିଲ ସନ୍ଦିଗ୍ଧ ଉସମାନ ଖାନର ସମ୍ବନ୍ଧ ପାକିସ୍ତାନ ସହ ଥିବା ଜଣା ପଡ଼ିଛି। ସେ ୧୦ ବର୍ଷ ପୂର୍ବେ ନିଜର ତିନି ଜିହାଦୀ ସାଥୀଙ୍କ ସହିତ ପାକିସ୍ତାନ ମଧ୍ୟ ଯାଇଥିଲା। ତାର ଯୋଜନା ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଏକ ଆତଙ୍କୀ ପ୍ରଶିକ୍ଷଣ ଶିବିର ସ୍ଥାପନ କରିବାର ଥିଲା। ବ୍ରିଟିଶ କୋର୍ଟ ଉସମାନଙ୍କୁ ୨୦୧୨ରେ ମଧ୍ୟ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବାରେ ଦୋଷୀ ସାବ୍ୟସ୍ତ କରିଥିଲା। ବ୍ରିଟେନର ପ୍ରସିଦ୍ଧ ଲଣ୍ଡନ ବ୍ରିଜ ନିକଟରେ ଶୁକ୍ରବାର ହୋଇଥିବା ଛୁରାମାଡ଼ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍କଟଲାଣ୍ଡ ୟାର୍ଡ଼ ନକଲି ବିସ୍ଫୋଟକ ଜ୍ୟାକେଟ୍ ପିନ୍ଧିଥିବା ଜଣେ ସନ୍ଦିଗ୍ଧକୁ ଘଟଣାସ୍ଥଳରେ ମାରି ଥିବା ସୂଚନା ଦେଇଥିଲା। ମରିଥିବା ଆତଙ୍କୀ  ହେଉଛି ଉସମାନ ଖାନ। 

ଉସମାନ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ବିଚାରଧାରାରେ ପ୍ରଭାବିତ ଥିଲା। ବ୍ରିଟିଶ ଖବର କାଗଜ ଦ ଗାର୍ଡିୟନ ମୁତାବକ, ଉସମାନ ଖାନ ୨୦୧୦ରେ ଲଣ୍ଡନ ଷ୍ଟକ ଏକ୍ସଚଞ୍ଜ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତାକୁ ଆଠ ବର୍ଷର ଜେଲ୍ ସଜା  ହୋଇଥିଲା। ଉସମାନ ଷ୍ଟୋକ-ଅନ-ଟ୍ରେଣ୍ଟ, କାର୍ଡିଫ ଓ ଲଣ୍ଡନର ୯ କଠୋପନ୍ଥୀ ଗୋଷ୍ଠୀର ସଦସ୍ୟ  ଥିଲା। ଉସମାନ ପିଓକେରେ ଆତଙ୍କବାଦୀଙ୍କ ଲାଗି ପ୍ରଶିକ୍ଷଣ ଶିବିର ପ୍ରତିଷ୍ଠା କରିବାକୁ ଯୋଜନା କରୁଥିଲା।  

ଜଷ୍ଟିସ ଓ୍ଵିଲଫି କହିଥିଲେ ଯେ, ଉସମାନ ନିଜର ଦୁଇ ସାଥୀ ନଜମ ହୁସେନ ଓ ମହମ୍ମଦ ସାହାଜହାନ ସହିତ ଅର୍ଥ ଯୋଗାଡ଼ କରି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ସ୍ଥାପନ କରିବାକୁ ଯୋଜନା କରୁଥିଲା। ଯୋଜନା ମୁତାବକ, ଉସମାନ  ଓ ହୁସେନକୁ   ପାକିସ୍ତାନରେ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଦେବା ପାଇଁ ୨୦୧୧ ଜାନୁଆରୀରେ ବ୍ରିଟେନରୁ ବାହାରିବାର ଥିଲା। ସେହି ପରି ଆତଙ୍କବାଦ ଉପରେ ନଜର ରଖୁଥିବା ଏକ ସ୍ଵତନ୍ତ୍ର ବିଶେଷଜ୍ଞ ୨୦୧୩ ଜୁଲାଇରେ ଏକ ରିପୋର୍ଟରେ ଲେଖିଥିଲେ ଯେ, ଉସମାନ ସେହି ତିନି  ଜିହାଦଙ୍କ ମଧ୍ୟରୁ ଜଣେ ଯିଏ ପାକିସ୍ତାନର କେନ୍ଦ୍ରଶାସିତ ଅଞ୍ଚଳ ଫାଟା ଯାଇ ଅର୍ଥ ଯୋଗାଡ଼ କରିବା, ପିଓକେରେ ଆତଙ୍କୀ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଯୋଜନା କରିଥିଲା। ଉସମାନ ପାଖରୁ ଇଂରାଜୀ ଭାଷାରେ ଏଲ କାଏଦାର ପତ୍ରିକା ଇନ୍ସପାୟର ମିଳିଥିଲା।

Subscribe

National International State Sports Entertainment