ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଆମେରିକା ଲଗାତାର ଏହି ଯୁଦ୍ଧକୁ ବନ୍ଦ କରିବାକୁ ଉଦ୍ୟମ କରି ଆସିଛି । ଏହା ମଧ୍ୟରେ ଫକ୍ସ ନ୍ୟୁଜର ସିନିୟର ହ୍ୱାଇଟ ହାଉସର ସାମ୍ବାଦିକ ପିଟର ଡୁସି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ଭେନେଜୁଏଲାର ରାଷ୍ଟ୍ରପତିଙ୍କ ପରି ସେ କେବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଧରିବା ପାଇଁ ଆଦେଶ ଦେବେ ।
ସେ ଏହି ପ୍ରଶ୍ନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସିଙ୍କ ଏକ ବୟାନକୁ ଆଧାର କରି ପ୍ରଶ୍ନ କରିଥିଲେ । ଉପରୋକ୍ତ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ, ମୋତେ ଲାଗୁନି ଏମିତି କରିବାର କୌଣସି ଆବଶ୍ୟକତା ପଡିବ । ମୋର ଏବଂ ପୁଟିନଙ୍କ ମଧ୍ୟରେ ସର୍ବଦା ଭଲ ସମ୍ବନ୍ଧ ରହିଛି । ତାଙ୍କୁ ନେଇ ମୁଁ ବହୁତ ନିରାଶ । ତଥାପି ସେ ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତିର ରାଜିନାମା ପାଇଁ ପ୍ରୟାସରତ । ମାତ୍ର ଏହା ସେତେ ସହଜ ନୁହେଁ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ସେ ଆଠଟି ଯୁଦ୍ଧ ସମାପ୍ତ କରିଛନ୍ତି ଏବଂ ଆଶା କରୁଛୁ ଯେ, ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ରାସ୍ତା ବାହାରିବ । ଏହି ଯୁଦ୍ଧରେ ୩୧ ହଜାର ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଅନେକ ରୁଷ ସୈନିକ ଥିଲେ । ଯୁଦ୍ଧରେ ରୁଷର ଅର୍ଥବ୍ୟବସ୍ଥା ମଧ୍ୟ ଦୁର୍ବଳ ହେଉଛି । ତେଣୁ ଶୀଘ୍ର ଯୁଦ୍ଧର ସମାଧାନ ଚାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି ।
Also read: ଗ୍ରୀନଲାଣ୍ଡ ଦଖଲ କରିବାକୁ ଉଦ୍ୟମ କରୁଛି ଆମେରିକା! ୟୁରୋପ ପାଇଁ କ’ଣ ହେବ?