କରୋନା ସମ୍ପର୍କିତ ପୁଣି ବିବାଦୀୟ ବୟାନ ଦେଲେ ଟ୍ରମ୍ପ, ମାସ୍କ ବ୍ୟବହାରକାରୀ ସର୍ବଦା କରୋନା ସଂକ୍ରମିତ ହୁଅନ୍ତି
Khabar Odisha:Trump-made-another-controversial-statement-about-CoronaMask-users-are-always-infected-with-corona
ନୂଆଦିଲ୍ଲୀ, ଅକ୍ଟୋବର ୧୬ (ଖବର ଓଡ଼ିଶା):

କରୋନା ସମ୍ପର୍କରେ ପୁଣି ବିଭ୍ରାନ୍ତିକର ତଥ୍ୟ ରଖି ବିବାଦୀୟ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  । ସେ କହିଛନ୍ତି ଯେ, ମାସ୍କ ବ୍ୟବହାର କରୁଥିବା ବ୍ୟକ୍ତି ସର୍ବଦା କରୋନା ସଂକ୍ରମିତ ହୋଇ ରହିଥାନ୍ତି । କିନ୍ତୁ ତାଙ୍କର ଏହି ମନ୍ତବ୍ୟରେ କୌଣସି ବୈଜ୍ଞାନିକ କାରଣ ମିଳିପାରିନାହିଁ। ମିୟାମୀରେ ଏନବିସି ନ୍ୟୁଜ୍‌ ଟାଉନ୍‌ ହଲ୍‌ କାର୍ଯ୍ୟକ୍ରମ ବେଳେ ଏମିତି ଦାବି କରିଛନ୍ତି ।

ରାଷ୍ଟ୍ରପତି ବେଳେ ବେଳେ ମାସ୍କ ପିନ୍ଧୁଛନ୍ତି। ଯଦିଓ ମାସ୍କ ବ୍ୟବହାର କରିବା ବିରୋଧରେ ନାହାନ୍ତି ଟ୍ରମ୍ପ କିନ୍ତୁ ଯେଉଁମାନେ ସବୁବେଳେ ମାସ୍କ ପିନ୍ଧୁଛନ୍ତି ସେମାନେ ସବୁବେଳେ କରୋନରେ ପୀଡ଼ିତ ହେଉଥିବା କହିଛନ୍ତି। ଆମେରିକାରେ କରୋନା ସଂକ୍ରମଣ ମାତ୍ରା କମିଥିବା ବେଳେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ କରୋନା ସମ୍ପର୍କରେ ଏକ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ଟ୍ବିଟର ତାଙ୍କ ପୋଷ୍ଟକୁ ପେଜରୁ ହଟାଇ ଦେଇଥିଲା 

  • Tags:

Subscribe

National International State Sports Entertainment