ନୂଆଦିଲ୍ଲୀ: ଭାରତ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ସୂଚକ ରେକର୍ଡ ନିଜ ନାମରେ କରିଛନ୍ତି ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଭାବେ ଦେଶ ସେବାରେ ୪,୩୯୯ ଦିନ ଅତିକ୍ରମ କରି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସର୍ବକାଳୀନ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ବନ୍ଧୁ ପିଏମ ମୋଦୀଙ୍କୁ ଏକ ସ୍ପେଶାଲ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଟ୍ରମ୍ପ ତାଙ୍କୁ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ଏବଂ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି, "ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ସବୁଠାରୁ ଦୀର୍ଘ ସମୟର କ୍ରମାଗତ ପିଏମ ବନିଥିବାରୁ ଅନେକ ଅନେକ ଶୁଭେଚ୍ଛା। ସେ ପ୍ରକୃତରେ ଜଣେ ଚମତ୍କାର ପ୍ରଧାନମନ୍ତ୍ରୀ। ସେ ଜଣେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଚତୁର ବ୍ୟକ୍ତି। ଆଗାମୀ ଦିନରେ ମଧ୍ୟ ସେ ଜୀବନରେ ଏମିତି ବଡ଼ ବଡ଼ ସଫଳତା ହାସଲ କରନ୍ତୁ, ଏହା ହିଁ ମୋର କାମନା।
କ୍ରମାଗତ ଶାସନ କାଳରେ ମୋଦୀ ନମ୍ବର-୧
ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୪ ବର୍ଷରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ମଧ୍ୟ ତାଙ୍କର କାର୍ଯ୍ୟକାଳ ମଝିରେ ଭାଙ୍ଗି ଯାଇଥିଲା, ଅର୍ଥାତ ତାହା କ୍ରମାଗତ ନଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ପ୍ରଥମ ଥର ଶପଥ ନେବା ପରେ ୨୦୧୯ ଏବଂ ପରେ ୨୦୨୬ରେ ଐତିହାସିକ ଭାବେ କ୍ରମାଗତ ତୃତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରି ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଶାସନ କରିବାର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।