ଆଜି ହେଉଛି ‘ବିଶ୍ଵ ପଶୁ ଦିବସ’। ସମଗ୍ର ପୃଥିବୀରେ ବିଭିନ୍ନ ଜୀବଜନ୍ତୁଙ୍କର କଲ୍ୟାଣ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ। ୧୯୨୫ ମସିହା ମାର୍ଚ୍ଚ ୨୪ ତାରିଖରେ ଜର୍ମାନ୍ ଶ୍ଵାନ ପ୍ରଶିକ୍ଷକ ହେନ୍ରିକ୍ ଜିମରମ୍ୟାନ୍ ପ୍ରଥମେ ଏହି ଦିବସ ପାଳନର ପରିକଳ୍ପନା କରିଥିଲେ। ପରେ ୧୯୨୯ ମସିହା ଅକ୍ଟୋବର ୪ ତାରିଖରେ ବର୍ଲିନ୍ ସ୍ଥିତ ସ୍ପୋର୍ଟସ ପ୍ୟାଲେସ୍ରେ ୫,୦୦୦ ପଶୁପ୍ରେମୀମାନେ ଏକାଠି ହୋଇ ପ୍ରାଣୀ କଲ୍ୟାଣ ଦିବସ ପାଳନ କରିଥିଲେ।ସେବେଠାରୁ ପ୍ରତି ବର୍ଷ ପୂରା ଦୁନିଆରେ ଏହି ଦିବସ ପାଳନ କରାଯାଉଛି । ମଣିଷ ହିସାବରେ ଜୀବଜନ୍ତୁଙ୍କ ମଙ୍ଗଳ ପାଇଁ ଆମର କିଛି ଦାୟିତ୍ବ ରହିଛି ବୋଲି ଏହି ଦିବସ ଆମକୁ ମନେ ପକାଇ ଦେଇଥାଏ।
ଜୀବଜନ୍ତୁଙ୍କର ମଧ୍ୟ ସମାନ ଅଧିକାର ରହିଥିବା କଥା ବିଚାରି ସେମାନଙ୍କ ଉନ୍ନତି ପାଇଁ ପ୍ରୟାସ କରିବାକୁ ଏହା ଆମକୁ ପ୍ରବର୍ତ୍ତାଇଥାଏ। ପଶୁମାନଙ୍କୁ ଅତ୍ୟନ୍ତ ଯତ୍ନର ସହ ପାଳନ କରିବା ଦରକାର। ସେମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଓ ଭରଣପୋଷଣ ଯୋଗାଇଦେବା ଆବଶ୍ୟକ। ଏଥି ସହିତ ସେମାନଙ୍କୁ ସମ୍ଭାବ୍ୟ ବିପଦ, ଶିକାରୀ ଓ ବିଷାକ୍ତ ପଦାର୍ଥ ଜନିତ କ୍ଷତିରୁ ସୁରକ୍ଷିତ ରହିବାକୁ ବ୍ୟବସ୍ତା କରାଯିବା ଦରକାର। ସେହିପରି ବିଶ୍ଵରେ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ କଠିନ ପରିଶ୍ରମକୁ ମଧ୍ୟ ସ୍ବୀକୃତି ଦେବାର ସମସ୍ତଙ୍କର କର୍ତ୍ତବ୍ୟ । ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ଛୋଟ ହେଉ ବା ବଡ଼, ସମସ୍ତଙ୍କୁ ଶ୍ରଦ୍ଧା କର’। ଅର୍ଥାତ୍ ଜୀବଜନ୍ତୁଙ୍କ ଯତ୍ନ ନେଲା ଶ୍ରଦ୍ଧାର ସହ ଯତ୍ନ ନେବା ଦରକାର ।
ପଶୁ ଅଧିକାର ତଥା କଲ୍ୟାଣ ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଦିନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପଶୁମାନଙ୍କର ସଂଖ୍ୟା ଦିନ କୁ ଦିନ ହ୍ରାସ ପାଇବାରେ ଲାଗୁଛି । କିପରି ଭାବରେ ପଶୁମାନେ ଆଉ ବିଲୁପ୍ତ ହେବେ ନାହିଁ ସେଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । ଜୀବଜଗତ ପାଇଁ ପଶୁ ମାନେ କେତେ ଜରୁରୀ ସେ ସମ୍ପର୍କରେ ଅବଗତ କରାଇବା । ଏହି ପଶୁ ଦିବସରେ ପଶୁପ୍ରେମୀମାନେ ପଶୁ ମାନଙ୍କ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥାନ୍ତି । ପଶୁ ମାନେ ମଣିଷର ପ୍ରତ୍ୟେକ କଥାକୁ ବୁଝିଥାନ୍ତି କିନ୍ତୁ ନିଜେ କିଛି କହିପାରନ୍ତି ନାହିଁ । ପଶୁମାନଙ୍କୁ ସ୍ନେହ କରିବା ସହିତ ତାଙ୍କ ସାଙ୍ଗରେ ନିଜର କିଛି ସମୟ ଅତିବାହିତ କରିବା । ଏହି ବିଶ୍ଵ ପଶୁ ଦିବସରେ ସମସ୍ତେ ପଶୁଙ୍କ କଲ୍ୟାଣ ପାଇଁ ଉତ୍କୃଷ୍ଟମାନ କାର୍ଯ୍ୟ କରିବା ପାଇଁ ସ୍ଥିର କରିବା ଓ ପର୍ଯ୍ୟାବରଣରେ ସେମାନଙ୍କର ପ୍ରତି ଯତ୍ନବାନ ହେବାକୁ ଲୋକମାନଙ୍କୁ ସଚେତନ କରେଇବା। ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରଗୁଡ଼ିକୁ ରୋକିବା ତଥା ପଶୁମାନଙ୍କର ଉପକାର ପ୍ରତି ଏହି ଦିନ ଲୋକମାନଙ୍କୁ ଅବଗତ କରଯାଏ। ପ୍ରତି ଥର ଏହି ଦିବସ ଏକ ଥମକୁ ନେଇ ପାଳନ କରାଯାଏ । ଏ ବର୍ଷର ଥମ୍ ହେଲା ଗ୍ରେଟ୍ ଥର୍ ସ୍କୁଲ୍, ଲଭ୍ ଦେମ୍ ଅଲ୍। ଜୀବଜନ୍ତୁଙ୍କ ମଧ୍ୟରେ ମନୁଷ୍ୟ ପରି ଜୀବନ ରହିଛି । ତେଣୁ ବିଲୁପ୍ତ ପଶୁମାନଙ୍କୁ ରକ୍ଷା କରିବା ସହିତ ଏମାନଙ୍କ ସହିତ ସମ୍ପର୍କକୁ ମଜବୁତ କରିବା ଉଚିତ ।
ଅଧିକ ପଢନ୍ତୁ :ବଢୁଛି ହାତୀ ମୃତ୍ୟୁହାର