ଆଜି ହେଉଛି "ବିଶ୍ୱ ପୃଥିବୀ ଦିବସ" । ୧୯୭୦ ମସିହାରେ ପ୍ରଥମେ ଏହି ଦିନ ପାଳନ କରାଯାଇଥିଲା । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ୱର ପ୍ରାୟ ୧୯୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି । ଆଜିର ଦିନରେ ଆମେ ଆମ ପରିବେଶକୁ କିପରି ସୁରକ୍ଷା ଦେବା ସେ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ।
ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦକୁ ସୁରକ୍ଷା ଦେବା ଆମର ପରମ କର୍ତ୍ତବ୍ୟ । ଯଦି ଆମ ପରିବେଶ ନଷ୍ଟ ହୋଇଯିବ ତେବେ ଆମେ ପୃଥିବୀରେ ବାସ କରିବା କଷ୍ଟକର ହୋଇପଡିବ । ଦିନକୁ ଦିନ ବିଶ୍ୱରେ ବିଭିନ୍ନ କଳକାରଖାନା, ବଡ଼ ବଡ଼ କୋଠା ନିର୍ମାଣ କରି ପରିବେଶକୁ ନଷ୍ଟ କରିଦେଉଛନ୍ତି । ଯାହା ଫଳରେ ଜୀବଜଗତ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଆମ ପରିବେଶରେ ବିଭିନ୍ନ ବନ୍ୟଜନ୍ତୁ ଓ ଉଦ୍ଭିଦ ବିଲୁପ୍ତ ପ୍ରାୟ । ଯାହାର ମୁଖ୍ୟ କାରଣ ହେଉଛି ପରିବେଶ ପ୍ରତି ଅବହେଳା ।
ଆଗକୁ ପଢ଼ନ୍ତୁ : ଆଜି ଛେନାପୋଡ଼ ଦିବସ