ଓଡ଼ିଶାରେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ ହୁଏ ସେଥି ମଧ୍ୟରୁ ଛେନାପୋଡ଼ ହେଉଛି ସ୍ୱତନ୍ତ୍ର । ସାଧାରଣତଃ ଅଧିକାଂଶ ଲୋକ ଛେନାପୋଡ଼ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଓଡିଶାରୁ ଆରମ୍ଭ ହୋଇ ସାରା ବିଶ୍ଵରେ ପରିଚିତ ହୋଇଥିବାରୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ " ବିଶ୍ଵ ଛେନାପୋଡ଼ ଦିବସ " ଭାବେ ପାଳନ କରାଯାଏ । ଛେନାପୋଡ଼ ଓଡ଼ିଶାର ନୟାଗଡ଼ରୁ ଆରମ୍ଭ ହୋଇ ବର୍ତ୍ତମାନ ସାରା ବିଶ୍ଵରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି ।
ନୟାଗଡ଼ ଜିଲ୍ଲାରେ ସୁଦର୍ଶନ ସାହୁ ନାମରେ ଜଣେ ଗୁଡ଼ିଆ ବଳକା ଛେନାରେ ଚିନି ଓ ଚାଉଳ ଚୁନା ମିଶାଇ ତାକୁ ନିଆଁ-ଆଞ୍ଚରେ ରାତି ସାରା ବସାଇ ଦେଇଥିଲେ । ତା' ପରଦିନ ସକାଳୁ ସେ ଛେନାପୋଡ଼ରେ ପରିଣତ ହୋଇଯାଇଥିଲା । ଯାହା ଦେଖିବା ପାଇଁ ସାମାନ୍ୟ ପୋଡା ଭଳି କିନ୍ତୁ ତାର ସ୍ୱାଦ ସମ୍ପୂର୍ଣ୍ଣ ଭିନ୍ନ । ଛେନାକୁ ପୋଡି ଏହି ମିଠା ପ୍ରସ୍ତୁତ ହୋଇଥିବାର ଏହି ମିଠା ପୁରଠାରୁ ପଲ୍ଲୀ ଓ ଦେଶ ଠୁ ବିଦେଶ ସବୁଠି ଛେନାପୋଡ଼ ନାମରେ ପରିଚିତ ହୋଇଗଲା । ସୁଦର୍ଶନ ସାହୁ ଛେନାପୋଡ଼କୁ ପ୍ରଥମେ ତିଆରି କରିଥିବାରୁ ତାଙ୍କ ଜନ୍ମଦିନକୁ ଅର୍ଥାତ ଏପ୍ରିଲ ୧୧ ତାରିଖକୁ " ବିଶ୍ଵ ଛେନାପୋଡ଼ ଦିବସ " ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।